ଦୟାରୁ ବିନ୍ଦୁସାଗରକୁ ଆସିଲା ପାଣି: ବୁଲି ଦେଖୁଛନ୍ତି ମନ୍ତ୍ରୀ, ମେୟର

Advertisment
ଦୟାରୁ ବିନ୍ଦୁସାଗରକୁ ଆସିଲା ପାଣି: ବୁଲି ଦେଖୁଛନ୍ତି ମନ୍ତ୍ରୀ, ମେୟର

ପୁରୁଣା ଭୁବନେଶ୍ବର: ବିନ୍ଦୁସାଗରକୁ ଦୟା ନଦୀରୁ ଆସିବ ପାଣି। ୨୦୧୯ ମସିହାରୁ ଏହାର ଯୋଜନା ହୋଇଥିଲେ ମଧ୍ୟ ଆଜି ଯାଏ ଆସି ପାରୁନି। ତେବେ ଏହି କାମ ଶେଷ ହୋଇଛି। ପୂର୍ବରୁ ବିଛା ଯାଇଥିବା ପାଇପ୍‌ ଜରିଆରେ ଆଜି ଦୟାନଦୀରୁ ପାଣି ପରୀକ୍ଷାମୂଳକ ଭାବରେ ଅଣାଯାଇ ବିନ୍ଦୁସାଗରରେ ପକା ଯାଇଛି। ଖୁବ୍‌ଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବ ବୋଲି ଜଣାପଡ଼ିଛି। ତେବେ ଆଜି ଏହି ପରୀକ୍ଷାମୂଳକ ବ୍ୟବସ୍ଥାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ବୁଲି ଦେଖିଛନ୍ତି। ଯୋଜନା ମୁତାବକ, ବିନ୍ଦୁସାଗରକୁ ୧୬ଟି ସ୍ଥାନରେ ପାଣି ପଡ଼ିବ ଓ ପ୍ରତିଦିନ ପ୍ରାୟ ୨୦ଲକ୍ଷ ଲିଟର ପାଣି ଆସିବ।

ପାଣି ଭର୍ତି ପରେ ତୀର୍ଥେଶ୍ବର ଗଳି ପଟେ ବାହାରକୁ ବାହାରିବ। ବିନ୍ଦୁସାଗରକୁ ଦୟାନଦୀରୁ ପାଣି ଉଠା ପାଇଁ ସାମନ୍ତରାପୁର ୱାଟ୍‌କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଣି ପାଇପ୍‌ ବିଛା ସରିଛି। ସେଠାରେ ପାଣି ବିଶୋଧନ କରାଯାଉଛି। ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ମନ୍ଦିର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ୧୨ଇଞ୍ଚ ମୋଟେଇର ପାଇପ୍‌ ସଂଯୋଗ କରାଯାଇଛି। ବିନ୍ଦୁସାଗର ଚାରିପଟେ ୮ଇଞ୍ଚ ପାଇପ୍‌ ବିଛା ହୋଇଛି। ଆଜି ମେୟର ଓ ମନ୍ତ୍ରୀ ଏହା ବୁଲି ଦେଖିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଦେଖିଥିଲେ। ଏହି ସମୟରେ କ‌ର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ନୃପେଶ ନାୟକ, ଶିବ ପ୍ରସାଦ ବେହେରା, ୱାଟ୍‌କୋର ପ୍ରବନ୍ଧକ ଗୁରୁଚରଣ ଦାସ, ଉପ ପ୍ରବନ୍ଧକ ଈଶ୍ବର ଚନ୍ଦ୍ର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ଦିଲ୍ଲୀପ ପାତ୍ର, ବିଏମ୍‌ସି ‌ଜେଡ୍‌ଡିସି ପୁରନ୍ଦର ନନ୍ଦ, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ଦାଶରଥି ଗରାବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe