ଭୁବନେଶ୍ବର: ଏକଦା ଦୟା ୱେଷ୍ଟ କେନାଲ୍ ଚାଷୀଙ୍କ ଜୀବନରେଖା ଥିଲା। ଆଜି ପ୍ରଦୂଷଣ ଓ ଦୁର୍ଗନ୍ଧରେ ପାଖ ମାଡ଼ି ହେଉନି। ବିଲାତି ଦଳ ଓ ଆବର୍ଜନା ଏହି କେନାଲ୍ର ତଣ୍ଟି ଚିପିଦେଲେଣି।। ତା’ ସାଙ୍ଗକୁ ରାଜଧାନୀର ଆବର୍ଜନା ପାଣି କେନାଲ୍ ପାଣିକୁ ପ୍ରଦୂଷିତ କରି ଦେଲାଣି। ଏହାକୁ ଆବର୍ଜନାମୁକ୍ତ ଓ ପ୍ରଦୂଷଣମୁକ୍ତ କରିବାକୁ ସରକାର ଅନେକ ଥର ଅଣ୍ଟା ଭିଡ଼ୁଛନ୍ତି, ହେଲେ ପୁଣି ପଛେଇ ଯାଉଛନ୍ତି। ଦୟା ୱେଷ୍ଟ କେନାଲ୍କୁ ଆବର୍ଜନାମୁକ୍ତ ରଖିବାକୁ ଏହି କେନାଲ୍ ଦୁଇପାର୍ଶ୍ବରେ ତାରଜାଲି ବାଡ଼ା ଲଗାଇବାକୁ ଯୋଜନା କରାଯାଇଥିଲା। ଏହି ଯୋଜନା ଶୀତଳଭଣ୍ଡାରକୁ ଠେଲି ହୋଇଯାଇଛି। ଯେହେତୁ ଦୁଇପାର୍ଶ୍ବ ମୁକୁଳା ରହୁଛି, ଲୋକେ ଏହା ଭିତରକୁ ଅବାଧରେ ଆବର୍ଜନା ଫିଙ୍ଗୁଛନ୍ତି। ଯାହା କେନାଲ୍ଗତିପଥକୁ ଅବରୋଧ କରିଦେଲାଣି।
Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍ ରକ୍ତ ସଂଗ୍ରହ
ଜଳସଂପଦ ବିଭାଗ ସୂଚନା ମୁତାବକ, ଦକ୍ଷିଣରେ ଦୟା ଓ ଉତ୍ତରରେ କୁଆଖାଇରେ ମିଶିଥିବା ଦୟା ୱେଷ୍ଟ କେନାଲ୍ର ଲମ୍ବ ପ୍ରାୟ ୩୪.୮୬ କିଲୋମିଟର। ୩୪.୮୬ କିଲୋମିଟରରୁ ୧୬.୧୦ କିଲୋମିଟର କେନାଲ୍ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଦେଇ ଯାଇଛି। ଏହି କେନାଲ୍ ଉଭୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜଳସେଚିତ କରି ଆସୁଥିଲା। ଏବେ ବିଏମ୍ସି ଅଞ୍ଚଳର ବର୍ଷା ଓ ଆବର୍ଜନା ଜଳ ନିଷ୍କାସନରେ ଏହାର କାମ ସୀମିତ ରହିଛି। ସେପଟେ ସରକାରୀ ଅବହେଳା କାରଣରୁ ଆଜି ଏହି କେନାଲ୍ ଜବରଦଖଲକୁ ଚାଲିଗଲାଣି। କୋଠାବାଡ଼ି ସବୁ ଏହା ଉପରେ ଗଢ଼ି ଉଠିଲାଣି। ପୂର୍ବରୁ ଦୟା ୱେଷ୍ଟ କେନାଲ୍ଚଉଡ଼ା ପ୍ରାୟ ୩୦ ଫୁଟ ଥିଲା। କିନ୍ତୁ ଏବେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ୨୦୦୫ ମସିହାରେ ଦୟା ୱେଷ୍ଟ କେନାଲ୍ଯାହା ସ୍ଥିତି ଥିଲା, ବର୍ତ୍ତମାନର ଆଉ ସେ ସ୍ଥିତି ନାହିଁ। ଏହା ସଂକୁଚିତ ହୋଇ ମାତ୍ର ୧୫ରୁ ୨୦ ଫୁଟ ଚଉଡ଼ା ରହିଛି। କିଛି ଜାଗାରେ ଏହାଠାରୁ ବି କମ୍ ଚଉଡ଼ା ରହିଛି। ଜବରଦଖଲ ସାଙ୍ଗକୁ ଏଥିରେ କୁଢ଼କୁଢ଼ ଆବର୍ଜନା ଗଦାହୋଇ ରହିବା ଓ ବିଲାତି ଦଳ ଆବୋରି ନେବା ଏହାକୁ ଏକରକମ ମୃତପ୍ରାୟ କରିସାରିଲାଣି। କେନାଲ୍ ଯେଉଁ ବାଟ ଦେଇ ଯାଇଛି, ସେହି ଅଞ୍ଚଳର ବାସିନ୍ଦା ଥର୍ମୋକୁଲ୍, ଜରି, ବୋତଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବର୍ଜନା(ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନ) ଏହା ଭିତରେ ଫିଙ୍ଗୁଛନ୍ତି। ଏଣୁ ପଳାଶୁଣୀରୁ ବଡ଼ଗଡ଼ ଭିତରେ ଏକାଧିକ ଜାଗାରେ ଆବର୍ଜନା କେନାଲ୍ର ଗତିପଥ ଅବରୋଧ ହୋଇ ସାରିଲାଣି।
/filters:format(webp)/sambad/media/media_files/2025/12/03/fdgdgjbcbnbn-2025-12-03-02-26-19.jpg)
ସେପଟେ କଳାରାହାଙ୍ଗ ୱାର୍ଡ ନମ୍ବର-୨, ମଞ୍ଚେଶ୍ବର ସେକ୍ଟର-ଏ, ପଳାଶୁଣୀ, ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଥିବା ଜିଜିପି କଲୋନି, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ଲକ୍ଷ୍ମୀସାଗର ୧୦ ନମ୍ବର ନାଳ, ବଡ଼ଗଡ଼ ଆଦି ଅଞ୍ଚଳରେ ଥିବା ରାଜଧାନୀର ୧୪ଟି ନାଳର ଆବର୍ଜନା ପାଣି ସିଧାସଳଖ ମିଶିବା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ୪୪ ନମ୍ବର ୱାର୍ଡ କର୍ପୋରେଟର୍ ଅଜିତ କୁମାର ବେହେରା କହିଛନ୍ତି, ଯେହେତୁ ମାଟି ଓ ଆବର୍ଜନାରେ କେନାଲ୍ ପୋତି ହୋଇଗଲାଣି, ନିକଟରେ କେନାଲ୍ରୁ ମାଟି, ପଙ୍କ, ଆବର୍ଜନା କାଢ଼ିବା କାମ ଆରମ୍ଭ ହୋଇଥିଲା। କିନ୍ତୁ ଯେଉଁମାନେ ପଙ୍କ, ଆବର୍ଜନା କାଢ଼ିବାକୁ ଆସିଥିଲେ, ସେମାନେ କାଁ ଭାଁ ସ୍ଥାନରୁ ଦଳ କାଢ଼ି ଚାଲିଗଲେ। ଏହାର ତଦନ୍ତ ହେଉ। ଶ୍ରୀ ବେହେରା କହିଛନ୍ତି, ଦୟା ୱେଷ୍ଟ କେନାଲ୍ ରାଜଧାନୀ ପାଇଁ ବରଦାନ। ଏହାକୁ ଆବର୍ଜନାମୁକ୍ତ ରଖିବା ଆମର କର୍ତ୍ତବ୍ୟ। ଲୋକେ ବି ଏ ଦିଗରେ ସଚେତନ ହେବା ଜରୁରି। ବିଏମ୍ସି ବି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ।
Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...
କରତକଳରେ ଭିଜିଲାନ୍ସ ଚଢ଼ଉ
୧୫ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ବିପୁଳ କାଠଗଣ୍ଡି ଜବତ
ବାଲିଅନ୍ତା ବଜାର: ବାଲିଅନ୍ତା ଥାନା ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଆଜି ବନ ବିଭାଗର ଭିଜିଲାନ୍ସ ଟିମ୍ ଦୁଇଟି କରତକଳରେ ଚଢ଼ଉ କରିଥିଲା। ସକାଳୁ ସକାଳୁ ବାଲିଅନ୍ତା ଥାନା ଭୁବନପୁର ଓ ଭିଙ୍ଗାରପୁର ପ୍ରାଚୀ ନଦୀ କୂଳରେ ଥିବା କରତକଳରେ ଚଢ଼ଉ କରାଯାଇଥିଲା। ଦୁଇ କରତକଳରୁ ମୂଲ୍ୟବାନ କାଠଗଡ଼ ସହ କିଛି ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢ଼ଉରେ ବାଲିପାଟଣା ବନାଞ୍ଚଳ ଅଧିକାରୀ ରେଶମା ପରିଡ଼ା, ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀ ସାଧନା ପ୍ରିୟଦର୍ଶିନୀ ସ୍ୱାଇଁ ନେତୃତ୍ବ ନେଇଥିଲେ। ସେହିପରି ହୀରାପୁର ଗ୍ରାମ ନିକଟରେ ଥିବା ଗୋଟିଏ କରତକଳରେ ଚଢଉ କରାଯାଇଥିଲା, ମାତ୍ର ତାହା ବହୁ ଦିନ ହେଲା ଅଚଳ ଥିବା ଜଣାପଡ଼ିଛି। ବାଳକାଟି ବନାଞ୍ଚଳ ପୁରୁଣା କାର୍ଯ୍ୟାଳୟ ଅଞ୍ଚଳରେ ମଧ୍ୟ ଚୋରା କରତକଳ ଚାଲୁଛି ଏବଂ ସେଠାରେ ମଧ୍ୟ ଚଢ଼ଉ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ହାର୍ଡୱେର୍ ଷ୍ଟୋର୍ର ତାଲା କାଟି ଚୋରି
ବାଲିପାଟଣା: ପୂର୍ବରୁ ଦୁଇ ଦୁଇ ଥର ଚୋରି ହୋଇଥିବା ଏକ ହାର୍ଡୱେର୍ ଷ୍ଟୋର୍ରୁ ପୁଣି ଗତକାଲି ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟି ନେଇଛନ୍ତି। ଷ୍ଟୋର୍ ମାଲିକ ଘରକୁ ଖାଇବାକୁ ଯାଇ ଫେରିବା ଭିତରେ ସିନ୍ଧିଚୋର ଦଳ ଲଟ୍ପାଟ୍ କରି ପଳାଇଛି। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳକୁ ଆସି ଛାନ୍ଭିନ୍ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ୨ ସନ୍ଦିଗ୍ଧଙ୍କୁ ଉଠାଇଥିବା ଜଣାପଡ଼ିଛି। ଧାନହରା ବଜାରରେ ମଝିହରା ଗ୍ରାମର ଚତୁର୍ଭୁଜ ଆଚାର୍ଯ୍ୟଙ୍କର ସୋମନାଥ ହାର୍ଡୱେର୍ ଷ୍ଟୋର ଅଛି। ଏହି ଦୋକାନଟି ବହୁ ପୁରୁଣା ଓ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଗତକାଲି ରାତି ୯ଟାରେ ଶ୍ରୀ ଆଚାର୍ଯ୍ୟ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ। ପ୍ରାୟ ୨ଘଣ୍ଟା ପରେ ରାତି ପ୍ରାୟ ୧୧ଟା ବେଳକୁ ସେ ଦୋକାନରେ ଶୋଇବାକୁ ଆସିବା ବେଳେ ତାଲା କଟା ହୋଇ ତଳେ ପଡ଼ିଥିବା ଦେଖିଥିଲେ। ଦୋକାନରୁ ଚୋରି ହୋଇଛି ବୋଲି ଜାଣିପାରି ସେ ବାଲିପାଟଣା ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚିବା ପରେ ଜଣାପଡ଼ିଲା ଯେ ଦୁର୍ବୃତ୍ତମାନେ ବୈଦ୍ୟୁତିକ ଓଜନ ଯନ୍ତ୍ର, ଇନ୍ଭର୍ଟର ବ୍ୟାଟେରି, ସହ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଓ ନଗଦ ୨ ହଜାର ଟଙ୍କା ନେଇ ପଳାଇଛନ୍ତି। ତାଲା କାଟିବା ପୂର୍ବରୁ ଦୁର୍ବୃତ୍ତମାନେ ଦୋକାନର ସିସିଟିଭି ତାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ବହୁ ଓଜନିଆ ସାମଗ୍ରୀ ଚୋରି ହୋଇଥିବାରୁ ଦୁର୍ବୃତ୍ତମାନେ କୌଣସି ଚାରିଚକିଆ ଯାନ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି। ପୁଲିସ ଅଠାନ୍ତର ନୂଆଗାଁ ରାସ୍ତାରେ ସିସିଟିଭି ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/03/dgjgjgjcnbn-2025-12-03-02-26-09.jpg)