ଦୀପାବଳି ସତର୍କତା: ଟ୍ରେନ୍‌ରେ ଅଗ୍ନିକାଣ୍ଡ ରୋକିବା ଲାଗି ସୁରକ୍ଷା ଅଭିଯାନ

Advertisment

ଦୀପାବଳିରେ ଟ୍ରେନ୍‌ରେ ଦହନଶୀଳ ଆତସବାଜି ସହ ଅନ୍ୟ ଜ୍ୱଳନ ଜିନିଷର ବେଆଇନ ପରିବହନ ଉପରେ କଡ଼ା ନଜର ରଖିବାକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।

ଦୀପାବଳିରେ ଟ୍ରେନ୍‌ରେ ଦହନଶୀଳ ଆତସବାଜି ସହ ଅନ୍ୟ ଜ୍ୱଳନ ଜିନିଷର ବେଆଇନ ପରିବହନ ଉପରେ କଡ଼ା ନଜର ରଖିବାକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।

hfkhfhkkh

ଜଟଣୀ: ଦୀପାବଳିରେ ଟ୍ରେନ୍‌ରେ ଦହନଶୀଳ ଆତସବାଜି ସହ ଅନ୍ୟ ଜ୍ୱଳନ ଜିନିଷର ବେଆଇନ ପରିବହନ ଉପରେ କଡ଼ା ନଜର ରଖିବାକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍‌ରେ ଆତସବାଜି ବା ଫଟକା, ଗ୍ୟାସ୍‌ ସିଲିଣ୍ଡର୍‌, ଏସିଡ୍, ପେଟ୍ରୋଲ, କିରୋସିନ ଭଳି ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି। ଏହି ଅବସରରେ ରେଳବାଇ ପୁଲିସ, ଆରପିଏଫ୍ ଓ ସିଭିଲ୍ ଡିଫେନ୍ସଙ୍କ ସହ ରେଳବାଇ ଅଧିକାରୀଙ୍କ ଦ୍ୱାରା ପାର୍ସଲ୍ ଭ୍ୟାନ୍‌ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର କଡ଼ାକଡ଼ି ଯାଞ୍ଚ କରାଯାଉଛି। ଟ୍ରେନ୍ ଏବଂ ଷ୍ଟେସନ୍‌ରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି।

 ଏଥିସହ ପାୱାର କାର, ପ୍ୟାଣ୍ଟ୍ରି କାର ଏବଂ କୋଚ୍‌ରେ ପ୍ରଦତ୍ତ ଧୂଆଁ ଏବଂ ଅଗ୍ନି ଚିହ୍ନଟ ଆଲାର୍ମ ସିଷ୍ଟମର କାର୍ଯ୍ୟକାରିତା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଯାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବା ଏବଂ ଟ୍ରେନ୍ ଯାତ୍ରା ସମୟରେ କୌଣସି ଦହନଶୀଳ କିମ୍ବା ବିସ୍ଫୋରକ ସାମଗ୍ରୀ ନନେବାକୁ ନିବେଦନ କରାଯାଇଛି। ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଦହନଶୀଳ ପଦାର୍ଥ ବିଷୟରେ ଜଣାଇବାକୁ ହେଲେ ହେଲ୍ପ ଲାଇନ୍ ନମ୍ବର ୧୩୯କୁ ଫୋନ୍ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe