ଅଜଣା ଯୁବକଙ୍କ ମୃତଦେହ ଜବତ

ଶଗଡ଼କୁ ପିଟିଲା ବାଇକ:ଦୁର୍ଘଟଣାରେ ଗ୍ରାମରକ୍ଷୀ ମୃତ ସନ୍ଦେହ

ଭୁବନେଶ୍ୱର: ନୂଆପଲ୍ଲୀ ଏନ-୧ ଅଞ୍ଚଳରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି। ପୁଲିସ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ଯୁବକଜଣଙ୍କ ଏକ ଡ୍ରେନ୍‌ ସ୍ଲାବ ଉପରେ ନିଶ୍ଚଳ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକଙ୍କ ଏନେଇ ସନ୍ଦେହ ହେବାରୁ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe