ନଦୀରୁ ଯୁବକଙ୍କ ମୃତଦେହ ଜବତ ଘଟଣା, ମିଳିଲା ପରିଚୟ

Advertisment
ନଦୀରୁ ଯୁବକଙ୍କ ମୃତଦେହ ଜବତ ଘଟଣା, ମିଳିଲା ପରିଚୟ

ଭୁବନେଶ୍ବର: ସାଇମନ୍ଦିର ନିକଟ ବାସୁଆଘାଇ ଗଙ୍ଗୁଆ ନାଳରୁ ସହିଦନଗର ଥାନା ପୁଲିସ ଜବତ କରିଥିବା ଯୁବକଙ୍କ ଗଳିତ ଶବର ପରିଚୟ ମିଳିଛି। ତାଙ୍କ ନାଁ ବଟୁ ବଡ଼ୁ। ଘର ପୁରୁଣା ଭୁବନେଶ୍ବରର ବଟୁ ସାହିରେ। ଗତ ୪ ଦିନ ଧରି ସେ ଘରୁ କେଉଁଆଡ଼େ ନିଖୋଜ ଥିଲେ। ଏ ନେଇ ପରିବାର ଲୋକ ଏକ ନିଖୋଜ ଅଭିଯୋଗ ଶ୍ରୀଲିଙ୍ଗରାଜ ଥାନାରେ କରିଥିଲେ। ପୁଲିସ କହିବା ଅନୁଯାୟୀ, ବଟୁଙ୍କ ମାନସିକ ଅବସ୍ଥା ଭଲ ନ ଥିଲା। ଏହି କାରଣରୁ ସେ ପୂର୍ବରୁ ଦୁଇ ଥର ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ପରିବାର ଲୋକ ଥରେ ନନ୍ଦନକାନନ ଓ ଖୋର୍ଧା ନିକଟରୁ ଉଦ୍ଧାର କରିଥିଲେ। ୫ ଦିନ ତଳେ ତିତ୍‌ଲି ବର୍ଷା ବେଳେ ସେ ହଠାତ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପୁଲିସ ତାଙ୍କ ମୃତଦେହ ଗଙ୍ଗୁଆ ନାଳରୁ ଜବତ କରିଥିଲା। ପୁଲିସ ସାଇଣ୍ଟିଫକ୍‌ ଟିମ୍‌ ସହାୟତାରେ ମୃତଦେହକୁ ଜବତ କରିଥିଲା। ଉଦ୍ଧାର ସମୟରେ ତାଙ୍କ ମୁଣ୍ଡରେ ଏକ କ୍ଷତ ଚିହ୍ନ ଥିବା ଜଣା ପଡ଼ିଥିଲା। ଶରୀର ସମ୍ପୂର୍ଣ୍ଣ ପଚି ଯାଇଥିଲା। କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନାଳରେ ଭସାଇ‌ ଦେଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe