ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ରଥଙ୍କ ମୃତଦେହ ଭୁବନେଶ୍ୱର ଷ୍ଟେସନ୍ରୁ ମିଳିବା ଘଟଣାକୁ ସପ୍ତାହେ ହୋଇଗଲା। କିନ୍ତୁ ପୁଲିସ ଏହି ଘଟଣା ଉପରୁ ରହସ୍ୟ ଉଠାଇବାରେ ଅସମର୍ଥ। ଫଳରେ ବେଳକୁ ବେଳ ରେଳବାଇ ଥାନା ପୁଲିସ ଉପରେ ଡାକ୍ତରଙ୍କ ପରିବାର ଲୋକ ସନ୍ଦେହ କରିବା ଆରମ୍ଭ କଲେଣି। ପୁଲିସ ଏହି ଘଟଣାକୁ ଜାଣିଶୁଣି ଚାପି ଦେଉଛି ବୋଲି ଅଭିଯୋଗ ହେଲାଣି।ଅନ୍ୟପକ୍ଷରେ ଆଜି ପୁଲିସ ବିଏମ୍ସି ହସ୍ପିଟାଲର ମହିଳା ଆଟେଣ୍ଡାଣ୍ଟଙ୍କୁ ପଚରାଉଚରା କରିଛି। ଘଟଣା ଦିନ ଡାକ୍ତର ହିଁ ସେହି ଲେଡି ଆଟେଣ୍ଡାଣ୍ଟଙ୍କ ସହିତ ଶେଷ ଥର କଥା ହୋଇଥିଲେ। ପଚରାଉଚରା ବେଳେ ସେ କହିଛନ୍ତି କି ତାଙ୍କ ନାତିଙ୍କ ଦେହ ଖରାପ ହୋଇଥିଲା। ଏଥିପାଇଁ ସେ ଡାକ୍ତରଙ୍କୁ ଫୋନ୍ କରିଥିଲେ। କିନ୍ତୁ ଡାକ୍ତର ରଥ ବ୍ୟସ୍ତ ଥିବାରୁ ପରଦିନ ଆସିବାକୁ କହିଥିଲେ। ପରଦିନ ଡାକ୍ତରଙ୍କ ମୃତଦେହ ପୁଲିସ ଠାବ କରିଥିଲା। ଲେଡି ଆଟେଣ୍ଡାଣ୍ଟଙ୍କଠାରୁ ଏଭଳି କଥା ଶୁଣିବା ପରେ ପୁଲିସ ଏବେ ଚିନ୍ତାରେ ପଡ଼ିଛି। ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ଆମେ ଏଯାଏ ହତ୍ୟାର କୌଣସି ପ୍ରମାଣ ପାଉନାହୁଁ। ତେଣୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରମାଣ ମିଳିଲା ପରେ ହିଁ ହତ୍ୟା ମାମଲା ରୁଜୁ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us