ରେଳଧାରଣାରୁ ଉଦ୍ଧାର ଯୁବକ ମୃତ

Advertisment
କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା, ବ୍ୟବଚ୍ଛେଦ ଗୃହରେ ହଲିଲା ମୃତକଙ୍କ ଗୋଡ଼

ଭୁବନେଶ୍ୱର: ମଞ୍ଚେଶ୍ୱର ଷ୍ଟେସନ୍‌ ନିକଟ ରେଳଧାରଣାରୁ ଶୁକ୍ରବାର ରାତିରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ଯୁବକଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ବୟସ ୪୦ବର୍ଷ ହେବ ବୋଲି ପୁଲିସ ଅନୁମାନ କରାଯାଉଛି। ତେବେ ଯୁବକଜଣଙ୍କ ରେଳଧାରଣା ଉପରକୁ କିପରି ଆସିଲେ, ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ସଂପର୍କରେ ରେଳବାଇ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୮ଟାରେ ମଞ୍ଚେଶ୍ୱର ଷ୍ଟେସନ୍‌ଠାରୁ କିଛି ଦୂରରେ ଯୁବକଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ। କିଛି ଲୋକ ଏ ସଂପର୍କରେ ମଞ୍ଚେଶ୍ୱର ରେଳବାଇ ପୁଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ପ୍ରଥମେ ରେଳବାଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe