ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

ଭୁବନେଶ୍ୱର : ପୁରୁଣା ଷ୍ଟେସନ୍‌ ବଜାର ନିକଟରୁ ଲକ୍ଷ୍ମୀସାଗର ଥାନା ପୁଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସୂଚନା ମୁତାବକ, ଶନିବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ପୁରୁଣା ଷ୍ଟେସନ୍‌ ବଜାର ନିକଟରେ କେହି ଜଣେ ବ୍ୟକ୍ତି ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ। ବ୍ୟକ୍ତିଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବୟସ ପାଖାପାଖି ୫୦ ବର୍ଷ ହେବ। ରଙ୍ଗ ଶ୍ୟାମଳ ବର୍ଣ୍ଣ। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ତାଙ୍କୁ ହତ୍ୟା କରାଯଇ ଏଠାରେ ଫିଙ୍ଗି ଦିଆଯାଇଛି ନା ଅନ୍ୟ କୌଣସି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe