ଗଙ୍ଗୁଆ ନାଳରୁ ମୃତଦେହ ମିଳିବା ଘଟଣା : ବିକ୍ରମର ପତ୍ତା ପାଉନି ପୁଲିସ

ଗଙ୍ଗୁଆ ନାଳରୁ ମୃତଦେହ ମିଳିବା ଘଟଣା : ବିକ୍ରମର ପତ୍ତା ପାଉନି ପୁଲିସ

ଭୁବନେଶ୍ବର : ମଞ୍ଚେଶ୍ୱର ଥାନା ଅଧୀନ ଗଙ୍ଗୁଆ ନାଳରୁ ରାଜେଶ ଭଦ୍ରା ନାମକ ଜଣେ ଯୁବକଙ୍କ ଶବ ମିଳିବା ଘଟଣାରେ ସନ୍ଦିଗ୍ଧ ଯୁବକ ବିକ୍ରମ ମଲ୍ଲିକ ଓରଫ ରାଜୁର ପତ୍ତା ପାଉନି ପୁଲିସ। ପୁଲିସ ଆଜି ବିକ୍ରମକୁ ଖୋଜିବା ଲାଗି ବିଭିନ୍ନ ସ୍ଥାନ‌ରେ ଚଢ଼ଉ କରିଥିଲା। କିନ୍ତୁ ପତ୍ତା ପାଇ ନଥିଲା। ବିକ୍ରମ ଧରା ହେବା ପରେ ସେହି ରାତିରେ କ’ଣ ଘଟିଥିଲା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।

ପୁଲିସ କହିବା ଅନୁଯାୟୀ, ଘଟଣା ରାତିରେ ରାଜେଶ ଭୋଜି କରିବାକୁ କେଉଁଠିକୁ ଯାଉଥିଲେ, କିଏ କିଏ ତାଙ୍କ ସାଙ୍ଗରେ ଥିଲେ, ଏ ନେଇ ତଦନ୍ତକାରୀ ଅଫିସର ତଦନ୍ତ ଚଳାଇଛନ୍ତି। ଏଥିପାଇଁ ପୁଲିସ ରାଜେଶଙ୍କ ମୋବାଇଲ୍ ଫୋନ୍ କଲ୍ ଡିଟେଲ୍ସ ଯାଞ୍ଚ କରିବା ଆରମ୍ଭ କରିଛି। ଘଟଣା ରାତିରେ ତାଙ୍କୁ କିଏ ଫୋନ୍‌ କରିଥିଲା, ତାହା ଉପରେ ଅନୁସନ୍ଧାନ ଚାଲିଛି ବୋଲି ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର କେପି ମିଶ୍ର କହିଛନ୍ତି।

ପ୍ରକାଶଯୋଗ୍ୟ, ଶୁକ୍ରବାର ରାତିରେ ରାଜେଶ ଘରେ କହିଥିଲେ, ଚକେଇସିଆଣି ଅଞ୍ଚଳରେ ଭୋଜି ଅଛି, ସେ ଖାଇବାକୁ ଯିବେ। ବିକ୍ରମ ତାଙ୍କୁ ବାଇକ୍‌ରେ ଭୋଜି ଖାଇବାକୁ ନେଇ ଯାଇଥିଲେ। ସଂଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ରାଜେଶ ଘର ଲୋକଙ୍କ ସହ କଥା ହୋଇଥିଲେ। କିନ୍ତୁ ରାତି ୧୨ଟା ବେଳେ ତାଙ୍କ ମୋବାଇଲ ବନ୍ଦ ହୋଇ ଯାଇଥିଲା। ପରଦିନ ମଧ୍ୟ ରାଜେଶ ଘରକୁ ଆସି ନ ଥିଲେ। ପରିବାରଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ରବିବାର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି ଏକ ମିସିଂ କେସ୍‌ କରିଥିଲା। କିନ୍ତୁ ପରଦିନ ସକାଳୁ ଗଙ୍ଗୁଆ ନାଳରେ ଏକ ମୃତଦେହ ଭାସୁଥିବା ଦେଖି ଲୋକ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ମୃତଦେହକୁ ଜବତ କରାଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ରାଜେଶଙ୍କ ବାପା ପୁଅକୁ ଚିହ୍ନଟ କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe