ଶିବ ମନ୍ଦିରରୁ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment
ଶିବ ମନ୍ଦିରରୁ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ କାନନବିହାର ଫେଜ-୨ସ୍ଥିତ କପିଳେଶ୍ୱର ମନ୍ଦିର ପରିସରରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଭଦ୍ରକ ଜିଲା ଆଗରପଡ଼ା ଅଞ୍ଚଳର ଦିଲ୍ଲୀପ୍‌ ପରିଚ୍ଛା (୩୭)। ପୁଲିସ୍‌ ମୃତଦେହ ନିକଟରୁ ଏକ ଚିଠି ଉଦ୍ଧାର କରିଛି। ଏହି ଚିଠି ଆଧାରରେ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍‌ ସନ୍ଦେହ କରୁଛି। ମାତ୍ର ଦିଲ୍ଲୀପଙ୍କୁ ହତ୍ୟା କରଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଘଟଣା ସମ୍ପର୍କରେ ସଠିକ୍‌ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ୍‌ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀପ ନୀଳାଦ୍ରିବିହାରସ୍ଥିତ ଏକ ଘରୋଇ ମଣ୍ଡପରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ସେ ଗତକାଲି ବିଳମ୍ବିତ ରାତିରେ ଘରୁ ପଳାଇ ଆସିଥିଲେ। ଆଜି ସକାଳୁ ଦିଲ୍ଲୀପଙ୍କ ମୃତଦେହ ମନ୍ଦିର ପରିସରରୁ ମିଳିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe