ରେଲୱେ ତୋରଣ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା, ଏମିତି ଥିଲା ପ୍ରଶାସନର ପ୍ରସ୍ତୁତି!

Advertisment
ଅଜାତିରେ ବାହା ହେଲେ ବୋଲି ମିଳିଲାନି କାନ୍ଧ

Indiatimes.com

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫନି’ ଆସିବା ପୂର୍ବରୁ ପ୍ରଶାସନର ଜୋରଦାର ପ୍ରସ୍ତୁତି, ଘନ ଘନ ବୈଠକ। ପୁଲିସଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ, ଓଡ୍ରାଫ, ସେସୁ, ବିଏମସି କର୍ମଚାରୀଙ୍କ ଛୁଟି ବି ବାତିଲ କରାଗଲା। କୁହାଗଲା ଫନି ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ଜିରୋ କାଜୁଆଲିଟି ମୁଖ୍ୟ ଲକ୍ଷ୍ୟ ବୋଲି ଘନ ଘନ ପ୍ରଚାର କରାଗଲା। କିନ୍ତୁ ରାଜଧାନୀର ମୁଖ୍ୟ ସ୍ଥାନ ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଦିନ ପର୍ଯ୍ୟନ୍ତ ଏକ ବିଶାଳ ହୋର୍ଡିଂ ତଳେ ଚାପି ହୋଇ ରହିଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ପାରିଲାନି। ଏପରି ‌କ୍ଷେତ୍ରରେ ରାଜ୍ୟର ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ କେତେଦୂର ପୂରଣ ହୋଇଥିବା ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ସମସ୍ତେ ବାତ୍ୟା ପ୍ରଭାବିତ ଅଞ୍ଚଳ ଉପରେ ତୀକ୍ଷ୍ମଣ ନଜର ରଖିଥିବା କହୁଥିବା ବେଳେ ରାଜଧାନୀ ଛାତି ଉପରେ ଜଣେ ଯୁବଙ୍କ ଏପରି ଜୀବନ ଯିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରିନାହାନ୍ତି।

ପରିସ୍ଥିତି ଏପରି ହେଲା ଯେ ଯୁବକଙ୍କ ଶବ ଗଳିତ ହେବା ପରେ ଯାଇ ଘଟଣା ପ୍ରଘଟ ହୋଇଥିଲା। ପୁଲିସ ଓ ପ୍ରଶାସନ କିଭଳି ଏତେ ବେପରୁଆ ହେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ସୋମବାର ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନ୍‌ ନିକଟରୁ ଖାରବେଳନଗର ଥାନା ପୁଲିସ ଭୁବନେଶ୍ବର ରେଳଷ୍ଟେସନ ଲେଖାଥିବା ବିଶାଳକାୟ ତୋରଣ(ହୋର୍ଡିଂ) ତଳୁ କାର୍ତିକ ରାଉତ ନାମକ ଜଣେ ଯୁବକଙ୍କ ଶବ ମିଳିବା ପରେ ବାତ୍ୟା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ନେଇ ଏବେ ଅଙ୍ଗୁଳି ଉଠିଲାଣି। ପୁଲିସ ସୂଚନା ମୁତାବକ, ସୋମବାର ସଂଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ଛକରେ ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପକ୍ଷରୁ ବିଭିନ୍ନ ବିଭାଗର ସହଯୋଗରେ ହୋର୍ଡିଂ ଉଠାଗଲାବେଳେ କାର୍ତିକଙ୍କ ମୃତଦେହ ଠାବ ହୋଇଥିଲା। କାର୍ତ୍ତିକ ଓ ତାଙ୍କ ମା’ ଷ୍ଟେସନ୍‌ରେ ବୁଲି ବୁଲି କଦଳୀ ବିକ୍ରି କରନ୍ତି। ବାତ୍ୟା ଦିନ କାର୍ତ୍ତିକ ମା’ଙ୍କୁ ଘରକୁ ପଠାଇ ରେଲ୍‌ୱେ ତୋରଣ ନିକଟରେ ଥିବା ଏକ ଦୋକାନରେ ରହିଯାଇଥିଲେ। ହେଲେ ବାତ୍ୟା ଯୋଗୁଁ ତୋରଣ ଉପୁଡ଼ି ସେ ଶୋଇଥିବା ଖଟ ଉପରେ ପଡ଼ିଥିଲା। ଫଳରେ କାର୍ତ୍ତିକ ତୋରଣ ତଳେ ଚାପିହୋଇ ରହିଯାଇଥିଲେ। ପାଖରେ କାର୍ତିକଙ୍କର ଏକ ବାଇକ୍‌ ଥୁଆ ହୋଇଥିଲା। କିନ୍ତୁ କାହାର ମନରେ ଏନେଇ ସନ୍ଦେହ ଉପୁଜି ନ ଥିଲା। ପୁଲିସ କିମ୍ବା ଉଦ୍ଧାରକାରୀ ଟିମ୍‌ ମଧ୍ୟ ଏ ସମ୍ପର୍କରେ ତିଳେ ମାତ୍ର ସୂଚନା ପାଇ ନ ଥିଲେ। ଯାହା ଫଳରେ ଏକ ଜୀବନ ଚାଲି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe