ଦୟା ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Advertisment

ରେଳଧାରଣାରୁ ଯୁବକଙ୍କ ମୃତ‌ଦେହ ଜବତ

ରେଳଧାରଣାରୁ ଯୁବକଙ୍କ ମୃତ‌ଦେହ ଜବତ

ଦୟା ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

india.com

ଧଉଳି/ବାଲିଅନ୍ତା : ଦୟାନଦୀର ଡାକବଙ୍ଗଳା ପାର୍ଶ୍ୱରୁ ଆଜି ଅପରାହ୍‌ଣରେ ଧଉଳି ଥାନା ପୁଲିସ ଜଣେ ବୃଦ୍ଧଙ୍କ ଶବ ଜବତ କରିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ, ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣି ସାହିର ଶ୍ୟାମସୁନ୍ଦର ସାହୁ(୮୫)। ଧଉଳି ଥାନା ପୁଲିସ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ୍‌ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶ୍ୟାମସୁନ୍ଦର ଆଜି ସକାଳ ପ୍ରାୟ ୬ଟା‌ରେ ଭାର୍ଗବୀ ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ ନଦୀ ସୁଅରେ ଭାସି ଯାଇଥିଲେ। ଦୟା ନଦୀର ଡାକବଙ୍ଗଳା ପାଖରେ ତାଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ପୁଲିସ ଶ୍ୟାମସୁନ୍ଦରଙ୍କ ଶବ ଜବତ କରିଥିଲା। ଶ୍ୟାମସୁନ୍ଦରଙ୍କ ଅଣ୍ଟାରୁ ଗୋଟିଏ ଟର୍ଚ୍ଚ ଲାଇଟ ଜବତ ହୋଇଛି। ସୂଚନାଯୋଗ୍ୟ ମୃତ ଶ୍ୟାମସୁନ୍ଦର ସଚିବାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ରେଳଧାରଣାରୁ ଯୁବକଙ୍କ ମୃତ‌ଦେହ ଜବତ

ଭୁବନେଶ୍ବର : ଭୁବନେଶ୍ବର ରେଳଷ୍ଟେସନ୍‌ ନିକଟ ଧାରଣାରୁ ରେଳବାଇ ଥାନା ପୁଲିସ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ତାଙ୍କୁ ପାଖାପାଖି ୪୦ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି। ମୁଣ୍ଡ ମିଳୁ ନଥିବାରୁ ତାଙ୍କୁ ଚିହ୍ନଟ କରିବାର କଷ୍ଟକର ହୋଇପଡ଼ିଛି। ଏନେଇ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ୯ଟା‌ରେ କେହି ଜଣେ ଯୁବକ ରେଳ ଧାରଣାରେ କଟି ଯାଇଥିବା ପୁଲିସ ଖବର ପାଇଥିଲା। ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରିଥିଲା। ତେବେ ଯୁବକଙ୍କ ମୁଣ୍ଡ ମିଳି ନଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି, ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe