କୁଆଖାଇରୁ ଯୁବକଙ୍କ ଗଳିତ ମୃତଦେହ ଜବତ

Advertisment

ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଭୁବନେଶ୍ବର/ବାଲିଅନ୍ତା: ପାହାଳ ଥାନା ଅଧୀନ ନହରକଣ୍ଟାସ୍ଥିତ କୁଆଖାଇ ନଦୀରୁ ଆଜି ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ, ନହରକଣ୍ଟା ସାମଲ ସାହିର କାଳନ୍ଦୀ ସାମଲଙ୍କ ବଡ଼ପୁଅ ତୋଫାନ (୩୫)। ଶରୀରର କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ବେଳେ ମୃତଦେହଟି ପଚି ଯାଇଛି। ତୋଫାନ ୪ ଦିନ ହେବ ନିଖୋଜ ଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏ ସଂପର୍କରେ ପାହାଳ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ପରିବାରଲୋକ ତୋଫାନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଏ ଦିଗରେ ମଧ୍ୟ ଅନୁସନ୍ଧାନ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରିବ ବୋଲି ପୁଲିସ୍ କହିଛି।

ଆଜି ସକାଳେ କୁଆଖାଇରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଖବର ପ୍ରସାରିତ ହୋଇଥିଲା। ପୁଅ ୪ ଦିନ ହେବ ନିଖୋଜ ଥିବାରୁ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ନଦୀପଠାକୁ ଯାଇଥିଲେ। ତେବେ ଯେଉଁ ଆଶଙ୍କାରେ ସେମାନେ ଯାଇଥିଲେ, ତାହା ସତ ହୋଇଯାଇଥିଲା। ଖବର ପାଇ ପାହାଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତୋଫାନଙ୍କ ମା’ କୁନି ଓ ପତ୍ନୀ ପ୍ରଭାତୀଙ୍କୁ ପାହାଳ ଥାନା ଇନ୍ସପେକ୍ଟର୍‌ ସୁଚିତ୍ରା ପରିଡ଼ା ପଚରାଉଚରା କରିଥିବା ଜଣାଯାଛି। ତେବେ କେମିତି ତୋଫାନଙ୍କ ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ମଦ ନିଶାରେ ଗାଧୋଇବାକୁ ପାଣିରେ ପଡ଼ି ଯାଇଥିଲେ ନା ତାଙ୍କୁ କେହି ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛି, ସେ ଦିଗରେ ପୁଲିସ ଅନୁସନ୍ଧାନ ଜାରି ରଖିଛି।

ପୁଲିସ ସୂଚନା ଅନୁସାରେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ। ମା’ କୁନିଙ୍କ ଅଭିଯୋଗ ଅନୁଯାୟୀ, କିଛି ମାସ ତଳେ ତୋଫାନ ଗାଡ଼ି ଚାଳକ କାମ ଛାଡ଼ି ଟେଣ୍ଟ ହାଉସ୍‌ ବ୍ୟବସାୟ କରୁଥିଲେ। ଗତ ୨୩ ତାରିଖ (ଶୁକ୍ରବାର) ସଂଧ୍ୟା ପ୍ରାୟ ୮ଟାରେ ସେ ଗାଁ ବଜାରକୁ ଅଣ୍ଡା ଆଣିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାରଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ପତ୍ତା ପାଇ ନଥିଲେ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେକାନକୁ ଯିବାର କିଛି ଘଣ୍ଟା ପୂର୍ବରୁ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପରେ ଉଭୟ ବୁଝାସୁଝା ହୋଇଯାଇଥିଲେ। ତା’ ପରେ ତୋଫାନ ଦୋକାନକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe