ଛୁଆ ମଇଁଷି ମଲା:୫ ଘାଇଲା

ପୁଣି ମାତିଲା ମଇଁଷିମରା ମାକ୍‌ନା

ଛୁଆ ମଇଁଷି ମଲା:୫ ଘାଇଲା

ବାରଙ୍ଗ: ଦୁଇମାସ ପରେ ପୁଣି ମାତିଛି ମାକ୍‌ନା। ସାଧାରଣତଃ ମାଇଁଷିମାନଙ୍କୁ ଟର୍ଗେଟ୍‌ କରୁଥିବା ମାକ୍‌ନା ବୁଧବାର ଗୋଟିଏ ଛୁଆ ମଇଁଷିକୁ ମାରି ଦେଇଥିବା ବେଳେ ୫ଟଙ୍କୁ ଘାଇଲା କରିଛି। କେବଳ ମଇଁଷିଙ୍କୁ ଘାଇଲା କରିନି ଚନ୍ଦକା ଥାନା ଶିମୁଳିପାଟଣାର ବିଲରେ ଏକାଧିକ ଚାଷୀଙ୍କ ଧାନ ଫସଲ ମଧ୍ୟ ନଷ୍ଟ କରିଛି।

ଗତ ସେପ୍ଟେମ୍ବର ୧୦ ତାରିଖରେ ବାରମାଣରେ ଛୁଆ ମଇଁଷିକୁ ଦଳି ଦେଇଥିବା ବେଳେ ୫ ମଇଁଷିଙ୍କୁ ଆକ୍ରମଣ କରି ଆହତ କରିଥିଲା। ଦୁଇ ମାସ ପରେ ପୁଣି ଆକ୍ରମଣାତ୍ମକ ହୋଇଛି ମାକ୍‌ନା। ଚନ୍ଦକା ଥାନା ଶିମୁଳିପାଟଣା ଗ୍ରାମର କରୁଣାକର ଚେମୀଙ୍କ ମଇଁଷି ଗୋଠରେ ପଶି ତାଙ୍କର ୬ ମାସର ମାଈ ମଇଁଷି ଛୁଆକୁ ମାରିଛି। ଗୋଟିଏ ମଇଁଷିକୁ ଅକ୍ରମଣ କରି ଗୋଡ଼ ଭାଙ୍ଗିବା ସହିତ ଆଉ ୪ ମଇଁଷିଙ୍କୁ ଘାଇଲା କରିଛି। ପରେ ଚନ୍ଦକାର ମାନସ ଦେହୁରୀ, ବିନି ମାଝୀ ଓ ବିମାଣି ମାଝିୀ ପନିପରିବା କ୍ଷେତରୁ ପରିବା ଖାଇଛି। କ୍ଷେତରେ ଥିବା କୁଡ଼ିଆ ଭାଙ୍ଗି ଫସଲକୁ ଖୋଜରେ ଦଳି ନଷ୍ଟ କରିଛି। ବିମାଣିଙ୍କ କୁଡ଼ିଆ ଭାଙ୍ଗି ଭିତରେ ଥିବା ୨୫ କିଲୋ ଚାଉଳ ଖାଇ ଯାଇଛି। ବାସନକୁସନ ଆସବାବପତ୍ର ସବୁ ନଷ୍ଟ କରିବା ପରେ ଜଙ୍ଗଲ ମଧ୍ୟକୁ ଫେରି ଯାଇଛି। ଖବରପାଇ ଚନ୍ଦକା ରେଞ୍ଜର ମାନସ ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଚନ୍ଦକା ଭେଟରିନାରି ଡାକ୍ତରଙ୍କ ସହାୟତାରେ ମୃତ ମଇଁଷି ଛୁଆର ଶବ ବ୍ୟବଚ୍ଛେଦ କରାଇଛନ୍ତି। କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜ ଅଫିସର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe