ବିନ୍ଦୁସାଗରରେ ଭାସୁଛନ୍ତି ମଲା ମାଛ

ବିନ୍ଦୁସାଗରରେ ଭାସୁଛନ୍ତି ମଲା ମାଛ

ପୁରୁଣା ଭୁବନେଶ୍ୱର : ବିନ୍ଦୁସାଗର ପାଣି ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି। ଆଜି ଏହି ପୁଷ୍କରିଣୀରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏପରିକି ବହୁତ ବଡ଼ ବଡ଼ ମାଛ ମରି ଭାସୁଥିବା ବେଳେ ସେଗୁଡ଼ିକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ମଲାମାଛଗୁଡ଼ିକ ଭାସୁଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଦଳ ଯୋଗୁ ମାଛଗୁଡ଼ିକ ମରିଯାଉଥିବା କିଛି ଲୋକ କହୁଥିବା ବେଳେ ପୁଷ୍କରିଣୀର ପାଣି ନଷ୍ଟ ହୋଇଯାଇଥିବାରୁ ଏପରି ହେଉଥିବା କିଛି ଲୋକ କହିଛନ୍ତି। ଅନ୍ୟପକ୍ଷରେ ପାଣିର ସ୍ୱଚ୍ଛତା ଦାବି କରି ଦସ୍ତଖତ ସଂଗ୍ରହ ଅଭିଯାନ ୩ ଦିନରେ ପହଞ୍ଚିଛି। ଏକାମ୍ର ବିକାଶ ମଞ୍ଚର ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗୋସାଗରେଶ୍ୱର ଛକ, ସାମନ୍ତରାପୁର ଅଞ୍ଚଳରୁ ଦସ୍ତଖତ ସଂଗ୍ରହ କରାଯାଇଥିବା ବେଳେ ଆଜି ବିଭିନ୍ନ ସାହିରେ ଏହି ଅଭିଯାନ ଚାଲୁ ରହିଛି। ପାଣିକୁ ତୁରନ୍ତ ପ୍ରଦୂଷଣମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe