ଟ୍ବିନ୍‌ ସିଟି ପାଇଁ ଡେଡ୍‌ଲାଇନ୍‌: ଅକ୍ଟୋବର ୫ ସୁଦ୍ଧା ରାସ୍ତା ମରାମତି କର

Advertisment

କଟକ ଓ ଭୁବନେଶ୍ବରରେ ଥିବା ସମସ୍ତ ଖରାପ ରାସ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ମରାମତି ହେବ। ସମସ୍ତ ମୁକୁଳା ନଳାରେ ସ୍ଲାବ୍‌ ପଡ଼ିବ। କାମର ଗୁଣବତ୍ତା‌ରେ କୌଣସି ପ୍ରକାରର ବୁଝାମଣା ବରଦାସ୍ତ ହେବ ନାହିଁ।

କଟକ ଓ ଭୁବନେଶ୍ବରରେ ଥିବା ସମସ୍ତ ଖରାପ ରାସ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ମରାମତି ହେବ। ସମସ୍ତ ମୁକୁଳା ନଳାରେ ସ୍ଲାବ୍‌ ପଡ଼ିବ। କାମର ଗୁଣବତ୍ତା‌ରେ କୌଣସି ପ୍ରକାରର ବୁଝାମଣା ବରଦାସ୍ତ ହେବ ନାହିଁ।

୧୦୪କୋଟି ୩୬ଲକ୍ଷ ପ୍ୟାକେଜ ପାରାବେଡ଼ା କେନାଲ ରାସ୍ତାର ଅବସ୍ଥା ଦୟନୀୟ : ୩୦ବର୍ଷ ପରେ ବି ରାସ୍ତା ଅବସ୍ଥା ସୁଧିରିଲାନି

ଭୁବନେଶ୍ୱର: କଟକ ଓ ଭୁବନେଶ୍ବରରେ ଥିବା ସମସ୍ତ ଖରାପ ରାସ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ମରାମତି ହେବ। ସମସ୍ତ ମୁକୁଳା ନଳାରେ ସ୍ଲାବ୍‌ ପଡ଼ିବ। କାମର ଗୁଣବତ୍ତା‌ରେ କୌଣସି ପ୍ରକାରର ବୁଝାମଣା ବରଦାସ୍ତ ହେବ ନାହିଁ। ନିର୍ମାଣ ସୌଧରେ ପାର୍ବଣ ପାଇଁ ଟ୍ବିନ୍‌ ସିଟି ରାସ୍ତାଘାଟର ସମୀକ୍ଷା କଲା ବେଳେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ତ୍ତ ମନ୍ତ୍ରୀଙ୍କ ସମୀକ୍ଷା
କାର୍ଯ୍ୟର ଗୁଣବତ୍ତାକୁ ଗୁରୁତ୍ୱ, ମୁକୁଳା ରହିବନି ଡ୍ରେନ୍‌
ଜାତୀୟ ରାଜପଥ ସମସ୍ୟା ସମାଧାନ ହେବ

ଦୁର୍ଗାପୂଜା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ଆଜି ହୋଇଥିବା ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତାର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଭୁବନେଶ୍ୱର ଅଞ୍ଚଳର ମୋଟ ୭୯୮ କିମି ଲମ୍ବାର ୮୧୮ଟି ରାସ୍ତା ରହିଛି। ସେଥିମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବା ବେଳେ ୨୮୯ଟି ରାସ୍ତାର ୧୫୦ କିମି ସାମାନ୍ୟ ମରାମତି ଆବଶ୍ୟକ କରୁଛି। ୬୨ଟି ରାସ୍ତାର ୭୧ କିମି ରାସ୍ତା ଅଧିକ ମରାମତି ଆବଶ୍ୟକତା ରହିଛି। କଟକରେ ୧୯୭ କିମି ଦୀର୍ଘ ମୋଟ ୯୫ଟି ରାସ୍ତା ରହିଛି। ସେଥିରୁ ୬୧ଟି ରାସ୍ତାର ୧୧୭ କିମି ରାସ୍ତା ଭଲ ଥିବାବେଳେ ୨୭ଟି ରାସ୍ତାର ୭୦ କିମି ରାସ୍ତା ସାମାନ୍ୟ ମରାମତି ଆବଶ୍ୟକତା ରହିଛି। ୭ଟି ରାସ୍ତାର ୯ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି। ମରାମତି ଆବଶ୍ୟକ କରୁଥିବା ସମସ୍ତ ରାସ୍ତା ଅକ୍ଟୋବର ୫ ସୁଧା ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତା’ ସହିତ ‌ମୁକୁଳା ନଳା ସବୁକୁ କଭର ପକାଇବା, ଜାତୀୟ ରାଜପଥ ଓ ସର୍ଭିସ୍‌ ରୋଡ୍‌ରେ ଥିବା ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ରାସ୍ତାଘାଟ ସହ ଉଭୟ ସହରର ଜଳବନ୍ଦି ସମସ୍ୟା ନେଇ ନିୟମିତ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଥି‌ଲେ। 

ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ବିଏମ୍‌ସି ମେୟର ସୁଲୋଚନା ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ୍‌, ସିଏମ୍‌ସି ମେୟର ସୁବାସ ଚନ୍ଦ୍ର ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ନୟନ କିଶୋର ମହାନ୍ତି, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe