କାଞ୍ଚନ ଫାଉଣ୍ଡେସନ୍ ପକ୍ଷରୁ ଡିୟର ଜିନ୍ଦେଗୀ ଚାପ୍ଟର-୨

Advertisment
କାଞ୍ଚନ ଫାଉଣ୍ଡେସନ୍ ପକ୍ଷରୁ ଡିୟର ଜିନ୍ଦେଗୀ ଚାପ୍ଟର-୨

ଚନ୍ଦ୍ରଶେଖରପୁର: କାଞ୍ଚନ ଫାଉଣ୍ଡେସନ୍ ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଡିୟର ଜିନ୍ଦେଗୀ ଚାପ୍ଟର-୨ ଅନୁଷ୍ଠିତ ହୋଇଯାଇଛି। କାଞ୍ଚନ ଫାଉଣ୍ଡେସନ୍‌ର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ଆରଏଫ୍‌ଟିଆଇ କୋଲକାତାର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ଏସିପି ଲଳିତେନ୍ଦୁ ମହାନ୍ତି, ମୁଖ୍ୟ ଉପଦେଷ୍ଟା ଶୁଚିସ୍ମିତା ପୃଷ୍ଟି, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ୍ ପରିଜା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୫ଜଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ୍ ଓ ଆଇଡଲ୍‌ ଓଡ଼ିଶା ପରିଚଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ସମୀର ରଞ୍ଜନ ଦାସ, ସଭାପତି ରଞ୍ଜନ କୁମାର ମହାପାତ୍ର, ଆଇଡଲ ଓଡ଼ିଶାର ସହ ପ୍ରତିଷ୍ଠାତା ପ୍ରେରଣା ପ୍ରତୀକ୍ଷା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe