ଫକୀର ମୋହନ ଫାଉଣ୍ଡେସନ ପକ୍ଷରୁ ବ୍ୟାସକବିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

Advertisment
ଫକୀର ମୋହନ ଫାଉଣ୍ଡେସନ ପକ୍ଷରୁ ବ୍ୟାସକବିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ ଫକୀର ମୋହନ ଫାଉଣ୍ଡେସନର ଓଡ଼ିଶା ଶାଖା ପକ୍ଷରୁ ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ବର କେଦାର ଗୌରୀ ରୋଡ ବସନ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଫକୀର ମୋହନ ସେନାପତିଙ୍କ ଅଣନାତୁଣୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସ ଫକୀର ମୋହନ ଫାଉଣ୍ଡେସନର ବିଭିନ୍ନ ପ୍ରକାର ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନର ଉପମହାନିର୍ଦ୍ଦେଶିକା ଅନିନ୍ଦିତା ଦାସ ଫକୀର ମୋହନ ସେନାପତିଙ୍କ ଦ୍ବାରା ରଚିତ କବିତା ଗାନ କରିଥିଲେ।

ଫାଉଣ୍ଡେସନର ମହାନିର୍ଦ୍ଦେଶିକା ତଥା କଥାକାର ଡ. ହିରଣ୍ମୟୀ ମିଶ୍ର ଫକୀର ମୋହନ ଫାଉଣ୍ଡେସନର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟକୁ ଫକୀର ମୋହନଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଫକୀର ମୋହନଙ୍କ ସ୍ମୃତିଚାରଣ କରିଥିଲେ। ଫକୀର ମୋହନଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଆଶୁତୋଷ ପଟ୍ଟନାୟକ, ମୀରାଶ୍ରିତା ଦାସ, ସୌମ୍ୟରଞ୍ଜନ ଦୀକ୍ଷିତ, ବିକେଶ ସାହୁ, ବାବୁଲୁ ପଧାନ ଏବଂ ଅନୁଶିଖା ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା। ବାଲେଶ୍ବର ଉଇଟିକିରିସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe