ଜେଲ୍‌ରେ ବିଚାରାଧୀନ ମାଓବାଦୀଙ୍କ ମୃତ୍ୟୁ ଘଟଣା : ଶବ ନେବାକୁ ଆସିଲେନି ପରିବାର

Advertisment

୧୨ ବର୍ଷ ହେଲା କାହାର ଦେଖା ନାହିଁ

୧୨ ବର୍ଷ ହେଲା କାହାର ଦେଖା ନାହିଁ

କୋଭିଡ୍‌ରେ ଚାଲିଗଲା କଏଦୀଙ୍କ ପ୍ରାଣ, ବାଜିରେ ଲାଗିଛି ଝାରପଡ଼ା ଜେଲ କଏଦୀଙ୍କ ଜୀବନ

Odisha Bytes

ଭୁବନେଶ୍ବର : ଶନିବାର ଝାରପଡ଼ାସ୍ଥିତ ସେଣ୍ଟ୍ରାଲ ଜେଲ୍‌ରେ ପ୍ରାଣ ହରାଇଥିବା ବିଚାରାଧୀନ ମାଓବାଦୀ ରବି ଦୁଲାଲ୍‌ଙ୍କ ଶବ ବ୍ୟବଚ୍ଛେଦ ଆଜି ହୋଇ ପାରିନାହିଁ। ତାଙ୍କ ପରିବାର କୌଣସି ସଦସ୍ୟ ନ ପହଞ୍ଚିବାରୁ ବ୍ୟବଚ୍ଛେଦ ସମ୍ଭବ ହୋଇନାହିଁ। ଏଣୁ ଶବକୁ ସଂରକ୍ଷିତ ରଖାଯାଇଛି। ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷିତ ରଖାଯିବ। କେହି ନ ଆସିଲେ ପୁଲିସ ଶବ ବ୍ୟବଚ୍ଛେଦ କରିବ।

ଲକ୍ଷ୍ମୀସାଗର ଥାନା ପୁଲିସ କହିବା ମୁତାବକ ମୃତ ଦୁଲାଲର ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା କଥା। କିନ୍ତୁ କେହି ପହଞ୍ଚି ନାହାନ୍ତି। ଜଣେ କଏଦୀ ଜେଲ ଭିତରେ ପ୍ରାଣ ହରାଇବା ପରେ ମଧ୍ୟ ପରିବାର ଲୋକ କାହିଁକି ଆସୁନାହାନ୍ତି ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

publive-image Catch News

ବିଚାରାଧୀନ କଏଦୀ ପଶ୍ଚିମବଙ୍ଗର ରବି ଦୁଲାଲ୍‌କୁ ଦଶପଲ୍ଲା ଥାନା ପୋଡ଼ି ମାମଲାରେ ଗିରଫ କରାଯାଇଥିଲା। ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ପୁଲିସ ଅସ୍ତ୍ରାଗାର ଉପରେ ଆକ୍ରମଣ କରିଥିଲେ। ପୁଲିସ ସହ ଗୁଳିବିନିମୟରେ ଜଣେ ସାଧାରଣ ଲୋକଙ୍କ ସହ ୧୩ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ଦଶପଲ୍ଲା ଥାନା ମଧ୍ୟ ସେମାନେ ପୋଡ଼ି ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ପୁଲିସ ରବି ଦୁଲାଲ୍‌କୁ ଗିରଫ କରିଥିଲା। ରବି କୁଖ୍ୟାତ ମାଓବାଦୀ ଆଜାଦ୍‌ର ପ୍ରମୁଖ ସହଯୋଗୀ ବୋଲି କହିଥିଲା। ତେବେ ଦୀର୍ଘ ୧୨ ବର୍ଷ ୬ ମାସ ଧରି ଜେଲ୍‌ରେ ରହିବା ପରେ ବି ତା’ର ବିଚାର ସରି ନ ଥିଲା। ଏବେ ତା’ର ମୃତ୍ୟୁ ହୋଇଯିବାରୁ ସେ ମାଓବାଦୀ କି ନୁହେଁ, ତାହା ଅସମାହିତ ରହିଗଲା।

ଅନ୍ୟପକ୍ଷରେ ୨୦୦୮ ମସିହା ଅଗଷ୍ଟ ମାସରେ ରବି ଦୁଲାଲ ଗିରଫ ହୋଇଥିଲା। କୌତୂହଳର ବିଷୟ ହେଲା ସେବେଠାରୁ ଅର୍ଥାତ୍‌ ସାଢ଼େ ୧୨ ବର୍ଷ ଭିତରେ ତାକୁ ଥରେ ବି କେହି ଭେଟିବାକୁ ଆସିନାହାନ୍ତି। ଗିରଫ ପରଠାରୁ ସେ ମାନସିକ ରୋଗରେ ମଧ୍ୟ ପୀଡ଼ିତ ଥିଲା। ଏଣୁ ତା’ ବିଷୟରେ ପୁଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷ ଅଧିକ ତଥ୍ୟ ଜାଣି ନାହାନ୍ତି। ନିକଟ ଅତୀତରେ ତା’ର ସବିଶେଷ ବିବରଣୀ ଜାଣିବା ପାଇଁ ପଶ୍ଚିମବଙ୍ଗରେ ଫଟୋ ସହ ବିଭିନ୍ନ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା। ହେଲେ କୌଣସି ତଥ୍ୟ ମିଳି ପାରିନଥିଲା। ନୟାଗଡ଼ର ଜଣେ ଓକିଲ ତା’ ସପକ୍ଷରେ କୋର୍ଟରେ ଲଢ଼େଇ କରୁଥିଲେ। ହେଲେ ତାଙ୍କଠାରୁ ମଧ୍ୟ ରବିର ପରିବାର ସମ୍ବନ୍ଧରେ କୌଣସି ସୂଚନା ମିଳିପାରି ନାହିଁ। ରବି ଜୀବିତ ଥିବାବେଳେ କେହି ଆସି ନ ଥିବାରୁ ଏବେ ମୃତ୍ୟୁ ପରେ ମଧ୍ୟ କେହି ଆସିବାର ସମ୍ଭାବନା ନ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe