ହାପି ହୋମ୍‌ରେ ଆଦିତ୍ୟଙ୍କ ଦ୍ୱାଦଶାହ ପାଳନ, ବାହୁନି କାନ୍ଦିଲେ ଅନ୍ତେବାସୀ

Advertisment
ଆଦିତ୍ୟ ମୃତ୍ୟୁ ମାମଲା: ଟାର୍ଗେଟ୍‌ରେ ଆର୍ଥିକ କାରବାର, ତିନିଦିନରେ ଆସିଛି ଲକ୍ଷେ

ପୁରୁଣା ଭୁବନେଶ୍ବର : ‘ଯେଉଁ ପୁଅ ଆମ ମାନଙ୍କ ମୃତ୍ୟୁ ପରେ ମହାପ୍ରସାଦ ସେବନ କରାଇଥାଆନ୍ତା, ଆମ ଆତ୍ମାର ସଦ୍‌ଗତି ପାଇଁ ଶୁଦ୍ଧିକ୍ରିୟା‌ ପାଳନ କରିଥାଆନ୍ତା, ଆଜି ଆମେ ହତଭାଗ୍ୟମାନେ ତା’ ଶୁଦ୍ଧି କାମରେ ମହାପ୍ରସାଦ ସେବନ କରୁଛୁ। ଏହାଠାରୁ ବଳି ବଡ଼ ଦୁର୍ଭାଗ୍ୟ ଆଉ କ’ଣ ଅଛି! ଭଗବାନ ତାକୁ ନେଇଯିବା ପୂର୍ବରୁ ଆମକୁ କାହିଁକି ନେଲେ ନାହିଁ।’ ଏମିତି ବାହୁନି କାନ୍ଦୁଥିଲେ ସ୍ବର୍ଗତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହାତରେ ପ୍ରତିଷ୍ଠିତ ହାପି ହୋମ୍‌ର ଅନ୍ତେବାସୀମାନେ। ମହାପ୍ରସାଦ‌ ସେବନ ଅବସରରେ ସେମାନଙ୍କ ଏହି ଅଶ୍ରୁଳ ଶଦ୍ଧାଞ୍ଜଳି ହାପି ହୋମ୍‌ର ସଦସ୍ୟମାନଙ୍କ ଆଖିରେ ପୁଣି ଲୁହ ଭରି ଦେଇଥିଲା। ଆଜି ସୁନ୍ଦରପଦାସ୍ଥିତ ତ୍ରିଲୋଚନ ବିହାର ହାପି ହୋମ୍‌ରେ ଆଦିତ୍ୟ ଦାଶଙ୍କ ଦ୍ବାଦଶାହ ପାଳିତ ହୋଇଯାଇଛି। ସମର୍ପିତ ସଦସ୍ୟମାନେ ଅନୁଷ୍ଠାନ ପକ୍ଷରୁ ହୋମ୍‌ର ଅନ୍ତେବାସୀ ବୃଦ୍ଧବୃଦ୍ଧାଙ୍କୁ ଅନ୍ନ ମହାପ୍ରସାଦ ପ୍ରଦାନ କରିଥିଲେ। ଏହି ଅବସରରେ ସେମାନେ ସମସ୍ତେ ଆଦିତ୍ୟଙ୍କୁ ସ୍ମରଣ କରିଥିଲେ। ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଆଦିତ୍ୟଙ୍କ ସହଯୋଗୀମାନେ ଗୋଟିଏ କଥା କହୁଥିଲେ ଯେ ପ୍ରକୃତ ଆସାମୀ ଦଣ୍ଡ ପାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe