ଚଳଚ୍ଚିତ୍ର ସଂଳାପକାର ତଥା ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ପରଲୋକ

Advertisment
ଚଳଚ୍ଚିତ୍ର ସଂଳାପକାର ତଥା ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଲେଖକ, ସଂଳାପକାର, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ହୃଦ୍‌ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତଃ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରୁ ଶୀତ ରାତି, କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ପର ଝିଅ ଘର ଭାଙ୍ଗେନା, ନୀରବ ଝଡ଼, ଅନ୍ଧ ଦିଗନ୍ତ, ନିଶିଥ ସ୍ବପ୍ନ, ଭିନ୍ନ ସମୟ, କୁହୁଡ଼ି, ସବୁ ମାୟାରେ ବାୟା, ତ୍ରିସନ୍ଧ୍ୟା, ଅଗ୍ନି ବୀଣା, ଭିଜା ମାଟିର ସ୍ୱର୍ଗ, ଗାଁର ନାଁ ଗାଲୁଆପୁର ଆଦି ଅନ୍ୟତମ।

ତାଙ୍କ ରଚିତ ୮ଟି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା। ‘ଭିଜା ମାଟିର ସ୍ୱର୍ଗ’ ବିଭିନ୍ନ ବିଭାଗରେ ସମୁଦାୟ ୬ଟି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲା। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ପାଇଁ ସମାନ୍ତର, ଖୋଳପା, ସୀମାରେଖା, ସମ୍ପର୍କ, ଗୁରୁବାରୀ, ଦୁଃସମୟ ଭଳି ଅନେକ ଧାରାବାହିକ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଜଗତସିଂହପୁର ଜିଲ୍ଲା ଚାଟରା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତଃ ମନମୋହନ ମହାପାତ୍ରଙ୍କ ମୁଖ୍ୟ ସହଯୋଗୀ ଭାବେ ସେ ଆଜୀବନ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe