ପ୍ରସ୍ତର ଶିଳ୍ପୀ ହେମନ୍ତ କୁମାର ମହାରଣାଙ୍କ ପରଲୋକ

Advertisment
ପ୍ରସ୍ତର ଶିଳ୍ପୀ ହେମନ୍ତ କୁମାର ମହାରଣାଙ୍କ ପରଲୋକ

ଭୁବନେଶ୍ୱର: ସୁନ୍ଦରପଦା ଗ୍ରାମର ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ତଥା କୃଷି ବିଭାଗର ପୂର୍ବତନ ବରିଷ୍ଠ ଅଧିକାରୀ ହେମନ୍ତ କୁମାର ମହାରଣା (୮୬)ଙ୍କ ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ସେ ୧୯୯୩ରେ ଅବସର ନେବା ପରେ ଗୋଖୀବାବା ଆଶ୍ରମ, ପତିତପାବନ ମନ୍ଦିର, ସୁନ୍ଦରେଶ୍ବର ମନ୍ଦିର ନିର୍ମାଣରେ ନିଜର ବିଶିଷ୍ଟ କଳା ପ୍ରଦର୍ଶନ କରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି ନେତା ବାବୁ ସିଂ, କର୍ପୋରେଟର ସୁରେନ୍ଦ୍ର ପ୍ରଧାନ, ପୂର୍ବତନ କର୍ପୋରେଟର୍‌ ମଣ୍ଟୁ ନନ୍ଦ, ନୀଳମଣି ମିଶ୍ର, ରାମକୃଷ୍ଣ ପରିଡ଼ା ପ୍ରମୁଖ ଶେଷ ଦର୍ଶନ କରିଥିଲେ। ତାଙ୍କର ମରଶରୀରକୁ ସୁନ୍ଦରପଦାସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ଅଶୋକ କୁମାର ମହାରଣା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe