The Hans India
ଭୁବନେଶ୍ବର : ଗତ ୧୭ ତାରିଖରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭରଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ, ୟୁନିଟ୍-୮ ଓଏସ୍ଡବ୍ଲୁସି ଷ୍ଟାଫ୍ କ୍ବାର୍ଟର୍ସରେ ରହୁଥିବା ପ୍ରଶାନ୍ତ କୁମାର ରଥ। ଗତ ୧୭ ତାରିଖରେ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ ମଧ୍ୟ ଆଜି ସକାଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ୧୭ ତାରିଖରେ ଏ ନେଇ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ମୃତ୍ୟୁ ଖବର ପାଇବା ପରେ ଏହି ମାମଲାକୁ ହତ୍ୟାକାଣ୍ଡକୁ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ନୂଆପଲ୍ଲୀ ଥାନା ଆଇଆଇସି ଶରତ ଚନ୍ଦ୍ର ସାହୁ।
ଅଭିଯୋଗ ମୁତାବକ, ଗତ ୧୭ ତାରିଖ ସକାଳେ ପ୍ରଶାନ୍ତ ତାଙ୍କ କ୍ବାର୍ଟର୍ସ ସମ୍ମୁଖରେ ଛିଡ଼ା ହୋଇଥିଲେ। ତିନିଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କଠାରୁ ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କାରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତିନିଜଣ ମିଶି ମାଡ଼ ମାରିଥିଲେ। ଜଣେ ଛୁରାମାଡ଼ ମଧ୍ୟ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
Follow Us