କନେଷ୍ଟବଳ ସଂଘ ସଭାପତିଙ୍କ ମୃତ୍ୟୁ, ପରିବାରର ୧୧ ସଦସ୍ୟ ବି ଆକ୍ରାନ୍ତ

Advertisment
କନେଷ୍ଟବଳ ସଂଘ ସଭାପତିଙ୍କ ମୃତ୍ୟୁ, ପରିବାରର ୧୧ ସଦସ୍ୟ ବି ଆକ୍ରାନ୍ତ

Kashmir Observer

ପୁରୀ : ପୁଲିସ କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ଗତକାଲି କୋଭିଡ୍‌ ଚିକିତ୍ସାଳୟରେ ଦେହାନ୍ତ ହେବା ପରେ ଏବେ ତାଙ୍କ ପରିବାରକୁ ଚିନ୍ତା ଘାରିଛି। ତାଙ୍କ ପରେ ପରେ ପରିବାରର ୧୧ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ପରିବାରର ଆଉ ତିନି ଜଣ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାରୁ ସେମାନେ ଏବେ ଘରେ ସଙ୍ଗରୋଧରେ ଥିବା ଜଣାପଡ଼ିଛି।

ମୃତ ଶୁଭ୍ରାଂଶୁଙ୍କ ପତ୍ନୀ ଏବେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭେଣ୍ଟିଲେଟର୍‌ରେ ଥିବା ବେଳେ ଦୁଇ ଝିଅ ମଧ୍ୟ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଶୁଭ୍ରାଂଶୁଙ୍କର ବାପା, ମା, ଦୁଇ ଭାଇ ଏବେ ଗୋପବନ୍ଧୁ ଆୟୁର୍ବେଦ ଚିକିତ୍ସାଳୟରେ ଥିବା କୋଭିଡ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶୁଭ୍ରାଂଶୁଙ୍କ ତିନି ଭାଇଙ୍କ ପତ୍ନୀ ଓ ପୁତୁରା ଜଗନ୍ନାଥ ମେଡ଼ିକାଲ କଲେଜ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ଅନ୍ୟ ଜଣେ ଆଇନଜୀବୀ ଭାଇ କୋଣାର୍କସ୍ଥିତ କୋଭିଡ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶୁଭ୍ରାଂଶୁଙ୍କର ସାନ ଭାଇ ଓ ଜଣେ ପୁତୁରା ଏବେ ଘରେ ସଙ୍ଗରୋଧରେ ଅଛନ୍ତି। ଏଭଳି ସ୍ଥିତିରେ ସାହିବାସିନ୍ଦାଙ୍କ ଅନୁରୋଧକ୍ରମେ ପ୍ରଶାସନ ପକ୍ଷରୁ ସିଦ୍ଧମହାବୀର ଦାଦାବାଡ଼ିର ସତ୍ୟନଗରରେ ଦମକଳବାହିନୀ ବିଶୋଧକ ସିଞ୍ଚନ କରିଛି। ଏହାକୁ ନେଇ ସାହିବାସିନ୍ଦା ଏବେ ଚିନ୍ତାରେ ପଡ଼ିଛନ୍ତି। ଯଦି ପୂର୍ବରୁ ହସପିଟାଲରେ ଭର୍ତ୍ତି କରାଯାଇଥାନ୍ତା, ତେବେ ନିଶ୍ଚିତ ଭାବେ ଶୁଭ୍ରାଂଶୁଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଆଲୋଚନା ହେଉଛି। ପ୍ରଶାସନିକ ତ୍ରୁଟିଯୁକ୍ତ ନିଷ୍ପତ୍ତି ଯୋଗୁଁ ଏହି ପରିବାରରେ ଅଧିକ ସଂଖ୍ୟକ ସଦସ୍ୟ କରୋନା ଆକ୍ରାନ୍ତ ହେଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe