ବ୍ୟାସକବିଙ୍କ ଶ୍ରାଦ୍ଧ ଦିବସ ପାଳିତ

Advertisment
ବ୍ୟାସକବିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି କଥା ସମ୍ରାଟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଣୀବିହାର ସମ୍ମୁଖରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ଵ କରିଥିଲେ।

ବିଧାନସଭାର ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅମୂଲ୍ୟ ସ୍ୱାଇଁ, ସମ୍ମିଳନୀର ଉପ ସଭାପତି ସୁରେନ୍ଦ୍ର ମିଶ୍ର, ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି ଓ ପ୍ରସନ୍ନ ରଥ ପ୍ରମୁଖ ଉପସ୍ଥିତ ରହି ବ୍ୟାସକବିଙ୍କର ଗୁଣଗାନ କରିଥିଲେ। ବାସନ୍ତୀ ତ୍ରିପାଠୀ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ମହେଶ୍ବର ବିଶ୍ବାଳ, ପ୍ରତାପ କୁମାର ନନ୍ଦ, ଅକ୍ଷୟ ଜେଠୀ, ସମରଞ୍ଜନ ମହାନ୍ତି, ପ୍ରକାଶ ସାମଲ, ରାମଚନ୍ଦ୍ର ସାମଲ ଓ ଅମୃତ ସ୍ବାଇଁ ପ୍ରମୁଖ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe