ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌ ପାଣ୍ଠିକୁ ଦେବେ ସଂଗ୍ରହ ଅର୍ଥ : ୨ଲକ୍ଷ ପୁରୁଣା କଏନକୁ ନିଲାମ କରିବେ ଦେବୀ ପ୍ରସାଦ

Advertisment
ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌ ପାଣ୍ଠିକୁ ଦେବେ ସଂଗ୍ରହ ଅର୍ଥ : ୨ଲକ୍ଷ ପୁରୁଣା କଏନକୁ ନିଲାମ କରିବେ ଦେବୀ ପ୍ରସାଦ

ଭୁବନେଶ୍ବର : ନିଶା ପୁରୁଣା କଏନ୍‌ ସଂଗ୍ରହ କରିବା। ବର୍ଷ ବର୍ଷ ଧରି ବହୁ ରାଷ୍ଟ୍ରର ପୁରୁଣା କଏନ୍‌ ସଂଗ୍ରହ କରିଛନ୍ତି ସେ। ମାତ୍ର କରୋନା ଭଳି ଏକ ଅସାଧାରଣ ସମୟରେ ପୁରୁଣା କଏନକୁ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜଧାନୀର ସତ୍ୟନଗର ବାସିନ୍ଦା ଦେବୀପ୍ରସାଦ ମଙ୍ଗରାଜ। ପ୍ରାୟ ୨ଲକ୍ଷ ପୁରୁଣା କଏନ୍‌ରୁ ନିଲାମ କରିବା ପରେ ଯେତିକି ଅର୍ଥ ସଂଗ୍ରହ ହେବ, ତାହାକୁ କୋଭିଡ୍‌ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ଜମା କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି। ପୁରୁଣା ଜିନିଷ ସଂଗ୍ରହ କରୁଥିବା ଦେଶର ଏଭଳି କିଛି ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ କରିଥିବା ଦେବୀପ୍ରସାଦ କହିଛନ୍ତି।

ବି.ଟେକ୍ ଛାତ୍ର ଦେବୀପ୍ରସାଦଙ୍କ କହିବା ମୁତାବକ, ୫ ବର୍ଷ ବୟସରୁ ହିଁ ପୁରୁଣା କଏନ୍‌ ସଂଗ୍ରହ କରିବା ନିଶା ଆରମ୍ଭ ହୋଇଥିଲା। ପାଖରେ ଏବେ ୨ଶହରୁ ଅଧିକ ଦେଶର ୮ଲକ୍ଷରୁ ଅଧିକ ପୁରୁଣା କଏନ୍‌ ରହିଛି। ଏଥିରେ ମୋଗଲ, ଅଶୋକ ଓ ନିଜାମ ପ୍ରଚଳିତ କଏନ୍‌ ରହିଛି। ସେହିପରି ୨୦ରୁ ଅଧିକ ଦେଶରେ ପ୍ରସ୍ତୁତ ହୋଇଥିବା ପ୍ଲାଷ୍ଟିକ୍, ସୁନା ଭଳି ଅନ୍ୟ ମୂଲବାନ୍‌ ଧାତୁରେ ପ୍ରସ୍ତୁତ କଏନ୍‌ ସଂଗ୍ରହ କରିପାରିଛି। ଦେଶ ତଥା ରାଜ୍ୟ ଏବେ ଏକ ମହାମାରୀର ମୁକାବିଲା କରୁଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ସହ ଲଢ଼ୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଲୋକମାନେ ସହାୟତା ପ୍ରଦାନ କରୁଛନ୍ତି। ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ଦେଖିବା ପରେ କରୋନା ଯୋଦ୍ଧାଙ୍କ ପାଇଁ ସହାୟତା କରିବା ଲାଗି ପାଖରେ ଥିବା କିଛି ପୁରୁଣା କଏନକୁ ନିଲାମ କରିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ଦେବୀପ୍ରସାଦ କହିଛନ୍ତି।

ଦେଶରେ ପୁରୁଣା କଏନ୍‌ ଓ ପ୍ରାଚୀନ ଜିନିଷର ଅନେକ ସଂଗ୍ରାହକ ରହିଛନ୍ତି। ସେଥିରୁ ୫/୬ଜଣଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି। ପୂର୍ବରୁ ଅନେକଥର ଏଭଳି ପୁରୁଣା କଏନ୍‌ର ନିଲାମ ଲାଗି ଅନେକ ଲୋକ କହିଛନ୍ତି। ମାତ୍ର କେବେ ଇଚ୍ଛା ହୋଇ ନଥିଲା। କରୋନା ବ୍ୟାପିବା ପରେ ମନରେ ପରିବର୍ତ୍ତନ ଆସିଛି। ଯେଉଁ କଏନ୍‌ଗୁଡ଼ିକ ଉପରେ ବିଭିନ୍ନ ଗବେଷକମାନେ ଗବେଷଣା କରିଥାନ୍ତି ଓ ବିଭିନ୍ନ ପ୍ରଦର୍ଶନୀରେ ସ୍ଥାନ ପାଇଥାଏ, ତାହାକୁ ହିଁ ନିଲାମ କରାଯିବ। ନିଲାମ ହେବାକୁ ଥିବା ଏହି ୨ଲକ୍ଷ ପୁରୁଣା କଏନ୍‌ର ମୂଲ୍ୟ କେତେ ହେବ, ତାହା କହିବା ମୁସ୍କିଲ୍। ଯେତେ‌ ଅଧିକ ମୂଲ୍ୟ ହେବ, ତାହା ଲୋକଙ୍କ ସହାୟତାରେ ଆସିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe