ଦ୍ବିତୀୟ ସ୍ତ୍ରୀକୁ ପ୍ରତାରଣା ଓ ହତ୍ୟା ଉଦ୍ୟମ: ଧଉଳି ଥାନା ହାବିଲଦାର୍‌ଙ୍କ ନାମରେ ମାମଲା

Advertisment
ଲଗାତାର ୪ ବର୍ଷ ଧରି ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି

www.indiatoday.in

ଭୁବନେଶ୍ୱର: ଦ୍ବିତୀୟ ସ୍ତ୍ରୀକୁ ପ୍ରତାରଣା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଧଉଳି ଥାନାର ହାବିଲ୍‌ଦାର ସଦାଶିବ ସ୍ବାଇଁଙ୍କ ନାମରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ସଦାଶିବ ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ରହି ଚିକିତ୍ସିତ ହେଉଥିବାରୁ ପୁଲିସ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସଦାଶିବ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିଲେ ହେଁ ତାଙ୍କୁ ପ୍ରେମ ଜାଲରେ ଫସାଇ ଦ୍ବିତୀୟ ବିବାହ କରିଥିଲେ। ଦୁହେଁ ମହାବୀରନଗରରେ ରହୁଥିଲେ। ତେବେ ସଦାଶିବଙ୍କ ପ୍ରଥମ ପତ୍ନୀଙ୍କ ସଂପର୍କରେ ସେ ଜାଣିବା ପରେ ତାଙ୍କର ଝଗଡ଼ା ଆରମ୍ଭ ହୋଇଥିଲା। ଏହାକୁ ନେଇ ବିବାଦ ବଢ଼ିବାରୁ ସଦାଶିବ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ତେବେ ଏ ସଂପର୍କରେ ସଦାଶିବ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ। ପୂର୍ବରୁ ମହିଳାଜଣଙ୍କ ତାଙ୍କ ନାମରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସେ ଥାନାକୁ ଯାଇ ମାମଲାର ସମାଧାନ କରିଥିଲେ। ଏବେ ମହିଳାଜଣଙ୍କୁ ତାଙ୍କୁ ଟଙ୍କା ମାଗିବା ସହ ସବୁ ଜମି ତାଙ୍କ ନାମରେ କରିଦେବା ପାଇଁ କହିଥିଲେ। କିନ୍ତୁ ସେ ରାଜି ନ ହେବାରୁ ସେ ଥାନାରେ ଏଭଳି ମିଥ୍ୟା ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe