କଣ୍ଟ ପୂରିଲା; ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତି ଅଟକିଛି

Advertisment
ରାଜଧାନୀର ଘୋଡ଼ା

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ପାଇଁ ଧାର୍ଯ୍ୟ ସମୟସୀମା ପୂରି ଯାଇଛି। ମାତ୍ର ମୂର୍ତ୍ତି କରାଯିବ ନା ନାହିଁ, ସେନେଇ ଏପର୍ଯ୍ୟନ୍ତ ବିଡିଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରୁନାହାନ୍ତି। ସ୍ଥାନାନ୍ତରକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟର ବିଶିଷ୍ଟ ସ୍ଥପତି ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହାକୁ ଜୋରଦାର୍ ବିରୋଧ କରିବାରୁ ବିଡିଏ କର୍ତ୍ତୃପକ୍ଷ ଏବେ ଚୁପ୍ ରହିଯାଇଛନ୍ତି। ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏହି ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ପାଇଁ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ। ଏହାପରେ ଜୁନ୍‌ ୮ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ୩୦ଦିନ ଭିତରେ ବିଡିଏ ଏହି ପ୍ରତିମୂର୍ତ୍ତିକୁ ରାଜଭବନ ଛକ ଗୋଲେଇକୁ ସ୍ଥାନାନ୍ତର କରାଯିବ। କିନ୍ତୁ କଣ୍ଟ ପୂରି ଯାଇଥିଲେ ବି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇନାହାନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା ସ୍ଥାନାନ୍ତର ନେଇ ଆମକୁ କିଛି କୁହାଯାଇଛି। ଏହା ଏକ ବଡ଼ ପଦକ୍ଷେପ। ଏଥିପାଇଁ ବୋଧେ ହୁଏ ଆଉ ଏକ କମିଟି ଗଠନ କରି ବିଭିନ୍ନ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରାଯିବ। ଘୋଡ଼ା ସ୍ଥାନାନ୍ତର ହେବ କି ନାହିଁ ସେ‌ ନିଷ୍ପତ୍ତି ରାଜ୍ୟ ସରକାର ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe