ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା: ବିଜେପି ପକ୍ଷରୁ ରାମ ମନ୍ଦିରରେ ଦୀପଦାନ

Advertisment
ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା: ବିଜେପି ପକ୍ଷରୁ ରାମ ମନ୍ଦିରରେ ଦୀପଦାନ

ଭୁବନେଶ୍ୱର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ ଓ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସାମୂହିକ ଦୀପଦାନ ଭୁବନେଶ୍ୱରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଘଟଣା ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍‌ ଯାତ୍ରୀମାନଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ଠାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ପାଣି ଓ ବିସ୍କୁଟ ଦେବା ସହ ରେଳ ବିଭାଗର ଅଧିକାରୀ, ବିଏମ୍‌ସି ଅଧିକାରୀ ଏବଂ ଘରୋଇ ବସ୍ ସଂଘ ସହାୟତାରେ ସେମାନଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।

ସମସ୍ତ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଲୋକଙ୍କ ସହ ଠିଆ ହୋଇଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ରାଜେନ୍ଦ୍ର ଦାସ, ତୃପ୍ତିମୟୀ ମକଦମ, ସୁର ଜେନା, ମନୋରଞ୍ଜନ ସ୍ବାଇଁ,ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରହିତ, ସଶିପ୍ରଭା ରଥ, ଜଗନ୍ନାଥ ବେହେରା, ଅଞ୍ଜନ ନାଥ, ବିଜୟ ରାଉତ , ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ ଜିଲ୍ଲା ସମ୍ପାଦକ ଉନ୍ନତି ପରିଡ଼ା, ଆଶିଷ ମହାପାତ୍ର, ବିନ୍ଦୁଲତା ବଳିୟାରସିଂ, ରଜନୀ ବାଳା ଦାସ, ବିଜେପି ନେତ୍ରୀ ବନ୍ଦନା କାନୁନଗୋ, ତୁଳସୀ ବିଶୋଇ, ଜୟନ୍ତୀ କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe