ବିଳମ୍ବିତ ହେଉଛି ଏମ୍ସ ଗଭର୍ଣ୍ଣିଂଗ ବଡି ବୈଠକ, ଅନୁମୋଦିତ ନ ହୋଇ ପଡ଼ି ରହିଛି ଅନେକ ନିଷ୍ପତ୍ତି

Advertisment
ଏମ୍ସରେ ନାହିଁ ଅସ୍ତ୍ରୋପଚାର ବ୍ୟବସ୍ଥା: ବଢ଼ୁଛି ନବଜାତ ହୃଦ୍‌ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର : ବିଳମ୍ବିତ ହେଉଛି ଏମ୍ସ ଗଭର୍ଣ୍ଣିଂଗ ବଡି ବୈଠକ। ଶେଷ ଥର ପାଇଁ ୨୦୨୦ ମସିହା ଡିସେମ୍ବର ୧୬ ତାରିଖରେ ଏହାର ବୈଠକ ହୋଇଥିଲା। ଏମ୍ସ ପାଇଁ ନିଆଯାଉଥିବା ବିଭିନ୍ନ ନିଷ୍ପତ୍ତି ଏବଂ ନୀତି ଗଭର୍ଣ୍ଣିଂଗ ବଡିରେ ଅନୁମୋଦିତ ହେବା ପରେ ଏହା କାର୍ଯ୍ୟକାରୀ ହୁଏ। ଏଭଳି ସ୍ଥିତିରେ ଗୁରୁତ୍ବପୂର୍ଣ୍ଣ କମିଟିର ବୈଠକରେ ବିଳମ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍ସର ବିଭିନ୍ନ ନୀତି ଗ୍ରହଣ ପାଇଁ ସ୍ବତନ୍ତ୍ର କମିଟି ରହିଛି। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ, ଅତିରିକ୍ତ ସଚିବ(ବିତ୍ତ), ସ୍ବାସ୍ଥ୍ୟ ଯୁଗ୍ମ ସଚିବ, ଓଡ଼ିଶା ମୁଖ୍ୟ ଶାସନ ସଚିବ, ସାଂସଦ ଅମର ପଟ୍ଟନାୟକ, ଆଇଆଇଟିର ନିର୍ଦେଶକ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ସମୁଦାୟ ୧୦ ଜଣ ସଦସ୍ୟ ଅଛନ୍ତି। ଏମ୍ସ ଅଧ୍ୟକ୍ଷଙ୍କ ପକ୍ଷରୁ ଗଭର୍ଣ୍ଣିଂଗ ବଡି ବୈଠକ ଡକାଯାଏ। ବର୍ତ୍ତମାନ ପରିପ୍ରେକ୍ଷୀରେ ସିଲେକ୍ସନ କମିଟି ପକ୍ଷରୁ ଫାକଲ୍‌ଟି ପଦୋନ୍ନତି, ଏକାଡେମିକ କମିଟିର ବିଭିନ୍ନ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଗଭର୍ନିଂଗ ବଡିର ଅନୁମୋଦନ ମିଳିନଥିବାରୁ ଏହାର କାର୍ଯ୍ୟକାରିତାରେ ବିଳମ୍ବିତ ହେଉଛି। ତେବେ ଏମ୍ସ ପକ୍ଷରୁ କୁହାଯାଇଛି, ଗଭର୍ଣ୍ଣିଂଗ ବଡି ବୈଠକ ବର୍ଷକୁ ଥରେ, ଆବଶ୍ୟକତା ଅନୁସାରେ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe