‌କୋରିଅର୍‌ ସଂସ୍ଥାରୁ ଲକ୍ଷେ ଟଙ୍କାର ସାମଗ୍ରୀ ଲୁଟ୍‌, ଡେଲିଭରି ବୟ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ଭୁବନେଶ୍ବର : ଏକ କୋରିଅର୍‌ ସଂସ୍ଥାରୁ ୧ ଲକ୍ଷ ୪ ହଜାର ଟଙ୍କାର ସାମଗ୍ରୀ ଚୋରି କରିନେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ୟୁନିଟ୍-୬ ଗଙ୍ଗନଗର ଆଖଣ୍ଡଳମଣି ବସ୍ତିର ବିକି ସେଠୀ(୨୭)। ତା’ ନିକଟରୁ ଚୋରି କୋରିଅର୍‌ ସାମଗ୍ରୀ ଜବତ ହୋଇଛି। ତେବେ ସେଥିରୁ ସେ ୧୬ ହଜାର ଟଙ୍କାର ସାମଗ୍ରୀ ସେ ବିକି ଦେଇଥିବା ପୁଲିସ୍‌ ସୂଚନା ଦେଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ବିକି ଗତ ମେ’ ୧୩ରୁ ଉକ୍ତ କୋରିଅର୍‌ ସଂସ୍ଥାରେ କାମ କରୁଥିଲା। ଗତ ଜୁନ୍‌ ୨ ତାରିଖ‌ରେ ସେ ଡେଲିଭରି ପାଇଁ ପାଖାପାଖି ଲକ୍ଷେ ଟଙ୍କାର ସାମଗ୍ରୀ ନେଇଥିଲେ ହେଁ ତାହା ଗ୍ରାହକଙ୍କ ପାଖରେ ପହଞ୍ଚି ନଥିଲା। ଏନେଇ ଅଭିଯୋଗ ହେବାରୁ କୋରିଅର୍‌ ସଂସ୍ଥା ପକ୍ଷରୁ ଛାନ୍‌ଭିନ୍‌ କରାଯାଇଥିଲା। ବିକି ଉକ୍ତ ସାମଗ୍ରୀ ଧରି ଫେରାର୍‌ ହୋଇଯାଇଥିବା ଜାଣିବା ପରେ ସଂସ୍ଥା ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ କରାଯାଇଥିଲା।

ଘରେ ପଶି ମା’ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ
ଭୁବନେଶ୍ବ : ଗତ ଜୁଲାଇ ୩ ତାରିଖରେ କିଛି ଦୁର୍ବୃତ୍ତ ଜଣେ ବୟସ୍କା ମହିଳାଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ପୁଅକୁ ମାଡ଼ ମାରିବା ଏବଂ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଘଟଣାରେ ନୂଆପଲ୍ଲୀ ଶନିବାର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି, ସାଲିଆସାହି ତାରିଣୀନଗର ଦୀପକ ନାୟକ ଓରଫ ବାପୁନି, ଖୋର୍ଦ୍ଧା ଇଚ୍ଛାପୁରର ସାହନଵାଜ ମଲିକ ଓ ସାଲିଆସାହି ମେ’ଫେୟାର ନଗର ବସ୍ତିର କାଳୁଚରଣ ନାୟକ ଓରଫ ମୁନା। ସୂଚନା ମୁତାବକ ଅଭିଯୁକ୍ତମାନେ ସନ୍ତୋଷ ଗୌଡ଼ଙ୍କ ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦକ୍ଷିଣୀ ଖଣ୍ଡା, ମାରଣାସ୍ତ୍ର ଓ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି।

କେବୁଲ୍ ଚୋରି କରି ୨ଗିରଫ
ଭୁବନେଶ୍ବର : ଗୁରୁବାର କଳିଙ୍ଗବିହାରର ଏଚ୍‌ଆଇଜି କ୍ବାର୍ଟର୍ସରେ କାମ କରିବାକୁ ଯାଇଥିବା ଦୁଇଜଣ ଦୁର୍ବୃତ୍ତ ଓରଟେଲ୍‌ କେବୁଲ୍ କାଟି ଚୋରି କରୁଥିବା ବେଳେ କମ୍ପାନି କର୍ମଚାରୀ ଜଟାଧାରୀ ସେଠୀ ତାଙ୍କୁ ଦେଖିଥିଲେ। ଚୋରିର ସମସ୍ତ ଦୃଶ୍ୟ ରେକର୍ଡିଂ କରିଥିଲେ। ଏ ନେଇ ପଚାରିବାରୁ ଉଭୟ ତାଙ୍କୁ ଗାଳି କରିବା ସହ ଧମକ ଦେଇଥିଲେ। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି, କମ୍ପାନିର ପୂର୍ବତନ କର୍ମଚାରୀ ଜଟଣୀର ତ୍ରିଲୋଚନ ପରିଡ଼ା ଓ ବୋଲଗଡ଼ର ଚନ୍ଦ୍ରକାନ୍ତ ପରିଡ଼ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe