ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ଚଉଷଠି ଯୋଗିନୀ ପୀଠରୁ ଦସ୍ତଖତ ଅଭିଯାନ

Advertisment
ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ଚଉଷଠି ଯୋଗିନୀ ପୀଠରୁ ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଦାବି ଜୋର ଧରିଛି। ମଧୁ ବାବୁଙ୍କ ୧୭୦ତମ ଜୟନ୍ତୀ ତଥା ଓକିଲ ଦିସବ ଉପଲକ୍ଷେ ଲୟର୍ସ ଗ୍ରୁପ୍‌ ପକ୍ଷରୁ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀର ହୀରାପୁର ଚଉଷଠି ଯୋଗିନୀ ପୀଠରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକାତାରୁ ଗତବର୍ଷ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆଣ୍ଡାମାନ ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଲୟର୍ସ ଗ୍ରୁପ୍‌ର ଆବାହାକ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସରୋଜ କୁମାର ସାହୁ, ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ବଟକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ଆଇଜୀବୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe