ସୁପ୍ରିମକୋର୍ଟ ଆଦେଶ ପାଳନ ପାଇଁ ଦାବି

Advertisment

ବିଡିଏ କର୍ମଚାରୀ ସମନ୍ବୟ ସଂଗ୍ରାମୀ ସଂଘ ମହାସମ୍ମିଳନୀ

ବିଡିଏ କର୍ମଚାରୀ ସମନ୍ବୟ ସଂଗ୍ରାମୀ ସଂଘ ମହାସମ୍ମିଳନୀ

ସୁପ୍ରିମକୋର୍ଟ ଆଦେଶ ପାଳନ ପାଇଁ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀ ୟୁନାଇଟେଡ୍‌ ଫୋରମ୍‌ର ମହାସମ୍ମିଳନୀରେ ପେନସନ୍‌ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ମଙ୍ଗଳବାର ଫୋରମ୍ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ସେଣ୍ଟ୍ରାଲ୍‌ ପ୍ରୋଭିଡେଣ୍ଟ ଫଣ୍ଡ(ସିପିଏଫ୍) କଟାଯାଇ ପେନସନ ଯୋଜନା ଲାଗୁ କରିବା ନିମନ୍ତେ ନିକଟରେ ସୁପ୍ରିମକୋର୍ଟ ଆଦେଶ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଛି। ସିପିଏଫ୍ ବାବଦକୁ ସିଲିଂ ଦରମା(୧୫ହଜାର)ର ୧୨% ଯଦି ବିଡିଏ ଦେଉଛି ତେବେ ବିଡିଏ କର୍ମଚାରୀଙ୍କ ପ୍ରକୃତ ଦରମା ଓ ସିଲିଂ ଦରମାର ବ୍ୟବଧାନ ଟଙ୍କାର ୮.୩୩% ସିପିଏଫ୍ ଅଫିସରେ ପୈଠ ହେବ। ଏହା ଫଳରେ ବିଡିଏ କର୍ମଚାରୀମାନେ ବର୍ଦ୍ଧିତ ପେନସନ୍‌ ପାଇବେ।

ଏଣୁ ବିଡିଏ କର୍ତ୍ତୃପକ୍ଷ ତୁରନ୍ତ ଇପିଏଫ୍‌ ଆଞ୍ଚଳିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ବକେୟା ଅର୍ଥ ବାବଦକୁ ହେଉଥିବା ଟଙ୍କା ଧାର୍ଯ୍ୟ ତାରିଖ ପୂର୍ବରୁ ପୈଠକ କରିବାକୁ ସଂଘ ଦାବି କରିଛି।
ଆଜିଠାରୁ ଫୋରମ କାର୍ଯ୍ୟାଳୟରେ ଏହି ଫର୍ମ ଉପଲବ୍ଧ ହେଉଛି। ସମସ୍ତ କର୍ମଚାରୀ ଫର୍ମ ପୂରଣ କରିବା ପରେ ତାହାକୁ ସିପିଏଫ୍ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫୋରମ୍ ଉପଦେଷ୍ଟା ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସଭାପତି ଶୁଭ୍ରାଂଶୁ ଶେଖର ମହାନ୍ତି ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଏ କର୍ମଚାରୀ ୟୁନିୟନ ସାଧାରଣ ସମ୍ପାଦକ ବଟକୃଷ୍ଣ ବେଉରା, ବିଡିଏ କର୍ମଚାରୀ ସମନ୍ବୟ ସଂଗ୍ରାମୀ ସଂଘ ସମ୍ପାଦକ ସବିତାରାଣୀ ମହାପାତ୍ର, ପ୍ରମୋଦ କୁମାର ମିଶ୍ର, ଅବସରପ୍ରାପ୍ତ କର୍ମଚାରୀ ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe