ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଶାରେ ନିଯୁକ୍ତି ଦାବି

Advertisment
ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଶାରେ ନିଯୁକ୍ତି ଦାବି

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଶାରେ ନିଯୁକ୍ତି ଦାବିରେ ଆଜି ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୋ ଭାଷା ପକ୍ଷରୁ ଆୟୋଜିତ ଏହି ଓଡ଼ିଆ ଜାଗରଣ ଯାତ୍ରା ମାଧ୍ୟମରେ ଶିକ୍ଷାକୁ ବାସ୍ତବମୁଖୀ କରିବା ପାଇଁ ଶିକ୍ଷା ପ୍ରମାଣପତ୍ର ସହ ନିଯୁକ୍ତିପତ୍ର ପ୍ରଦାନ, ଠିକା ନିଯୁକ୍ତି ଓ ଅବସର ପରେ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ଓଡ଼ିଆରେ ସମସ୍ତ ନିଯୁକ୍ତି ପରୀକ୍ଷା ଓ ବାଧ୍ୟତାମୂଳକ ଇଂରାଜୀ ପତ୍ରର ଉଚ୍ଛେଦ, ଶିକ୍ଷା ଓ ପରୀକ୍ଷା ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରଦାନ, ସୀମାନ୍ତ ଜିଲ୍ଲାଗୁଡ଼ିକରେ କେବଳ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଭଳି ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଛାତ୍ରନେତା ତାପସ କୁମାର ସାହୁ, ନୀଳମାଧବ ପାତ୍ର, ଶିବଶଙ୍କର ସାହୁ, ମମତା ଘଣ୍ଟ, ମନୋଜ ସାହୁ, ଅର୍ଘ୍ୟରୂପା ସାମନ୍ତରାୟ, ତପସ୍ବିନୀ ସାହୁ, ସୌମ୍ୟା ପ୍ରିୟଦର୍ଶିନୀ, ନୀଳୟ ମହାପାତ୍ର, ଲୋପାମୁଦ୍ରା ପାଢ଼ୀ, ସୌମ୍ୟ ଲାକ୍ରା, ସିପୁନ ବାରିକ, ଶତ୍ରୁଜିତ ରାଉତ, ମାନସ ସାହୁ, ସର୍ମିତା ମଲ୍ଲିକ, ମାମଲି ସାହୁ, ହିମାଦ୍ରୀ ତନୟାଙ୍କ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe