ମଧ୍ୟରାତ୍ରି ପର୍ଯ୍ୟନ୍ତ ବାର୍ ଖୋଲୁ, ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ଦାବି

ମଧ୍ୟରାତ୍ରି ପର୍ଯ୍ୟନ୍ତ ବାର୍ ଖୋଲୁ, ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ଦାବି

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଗତ ୨୦୨୦ ମାର୍ଚ୍ଚରୁ ବାର୍‌ଗୁଡ଼ିକ ଖୋଲିବାକୁ ନେଇ କଟକଣା ଜାରି ହୋଇଥିଲା। ଏହା ପରେ ସଂକ୍ରମଣ ନିୟନ୍ତ୍ରଣ ହେବା ପରେ ଦୀର୍ଘ ବର୍ଷେରୁ ଅଧିକ ସମୟ ପରେ ବାର୍‌ ଖୋଲିବାକୁ ନେଇ ପ୍ରଶାସନ ଅନୁମତି ଦେଇଥିଲା। ତା’ ପୁଣି ରାତି ୯ଟା ପର୍ଯ୍ୟନ୍ତ। ରାତି ୯ଟାରେ ଯେଉଁଠି ବାର୍ ବ୍ୟବସାୟ ଆରମ୍ଭ ହେଉଛି, ପ୍ରଶାସନ ସେଇଠୁ ହିଁ କଟକଣା ଜାରି କରୁଛି। ଏଭଳି ସ୍ଥିତିରେ ବାର୍‌ କେମିତି ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରଶାସନକୁ ପ୍ରଶ୍ନ କରିଛି। ଏହାସହ ବାର୍‌ଗୁଡ଼ିକୁ ଋଣମୁକ୍ତ କରି ଚଳାଇବାକୁ ହେଲେ ଅତିକମ୍‌ରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାର୍‌ ଖୋଲିବାକୁ ଦାବି କରିଛି ଆସୋସିଏସନ୍‌।

ଅପରପକ୍ଷେ ବର୍ତ୍ତମାନ ନାଇଟ୍ କର୍ଫ୍ୟୁ ଏବେ ବି ଜାରି ରହିଥିବାରୁ ବାର୍ ଲାଇସେନ୍ସ ପାଇଁ ଧାର୍ଯ୍ୟ ହୋଇଥିବା ବାର୍ଷିକ ୧୪ଲକ୍ଷ ଟଙ୍କା କୋହଳ କରାଯାଉ ବୋଲି ଆସୋସିଏସନ୍‌ର ସଂପାଦକ ସତ୍ୟ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ବନ୍ଦ ଅଡିଟୋରିୟମ୍ ଏବଂ କନଭେନ୍‌ସନ୍ ହଲ୍‌ରେ ପୁଲିସ ଶବ୍ଦ ପ୍ରଦୂଷଣକୁ କେନ୍ଦ୍ର କରି ଯେଉଁ ଚଢ଼ଉ କରୁଛି ବା ଜରିମାନା ଲାଗୁ କରୁଛି; ତାକୁ ବି ନେଇ ତର୍ଜମା କରୁ। ଆସନ୍ତା ନଭେମ୍ବର ପହିଲାରୁ ବାର୍‌ଗୁଡ଼ିକ ପାଇଁ ନୂଆ ମାର୍ଗଦର୍ଶିକା ଲାଗୁ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe