୧୫ ବର୍ଷ ଧରି କଂକ୍ରିଟ ରାସ୍ତା ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ କଲୋନିବାସୀ

Advertisment
୧୫ ବର୍ଷ ଧରି କଂକ୍ରିଟ ରାସ୍ତା ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ କଲୋନିବାସୀ

ଭୁବନେଶ୍ୱର: ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ବରର ଗଳିରାସ୍ତାରେ ଏବେ ବି ନାଲି ମାଟି ପଡ଼ିରହିଛି। ଯାତାୟାତ ସମସ୍ୟା ସାଙ୍ଗକୁ ବର୍ଷାଦିନେ ଜଳ ନିଷ୍କାସନରେ ଡ୍ରେନେଜ୍ ସମସ୍ୟା ବାଧକ ସାଜୁଛି। ଫଳରେ ରାସ୍ତାରେ ଡ୍ରେନ୍ ପାଣି ଭାସି ମୁଖ୍ୟ ଡ୍ରେନ୍‌କୁ ନିଷ୍କାସିତ ହେଉଛି। ଯେଉଁଥିପାଇଁ ସଂପୂର୍ଣ୍ଣ ରାସ୍ତା ଧୋଇଯାଉଛି। ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ବର୍ଷ ହେବ ଡ୍ରେନ୍‌ ଓ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ କର୍ପୋରେଟରଙ୍କୁ ଗୁହାରି କରି ହତାଶ ହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଡୁମୁଡୁମା ପଞ୍ଚସଖାନଗରସ୍ଥିତ ଚିନ୍ତାମଣିବିହାରର କଲୋନି ବାସିନ୍ଦା।

କଲୋନି ବାସିନ୍ଦାଙ୍କ ଅଭିଯୋଗ ମୁତାବକ ଗତ ୧୫ବର୍ଷରେ ଅନ୍ୟୁନ ୨୫ଥର ଲିଖିତ ଆକାରରେ ତଥା ଦେଖା କରି କହିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି। ନାଲିମାଟି ସାଙ୍ଗକୁ ବର୍ଷା ଜଳ ନିଷ୍କାସନ ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲୋନିବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe