ଡେଙ୍ଗୁ ନିରାକରଣରେ ବିଏମ୍‌ସି ବିଫଳ: ବିଜେପି

Advertisment

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ଼ ଖୋଲିବାକୁ ଦାବି

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ଼ ଖୋଲିବାକୁ ଦାବି

ଡେଙ୍ଗୁ ନିରାକରଣରେ ବିଏମ୍‌ସି ବିଫଳ: ବିଜେପି

ଭୁବନେଶ୍ବର : ଭୁବନେଶ୍ବରରେ ଡେଙ୍ଗୁ ଅଣାୟତ୍ତ ହୋଇଛି। କ୍ରମାଗତ ଭାବରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଥିଲେ ମଧ୍ୟ ବିଏମ୍‌ସି(ଭୁବନେଶ୍ବର ମହାନଗର ନିଗମ) ଏହାକୁ ନିୟନ୍ତ୍ରଣ କରିବାକୁ ଫେଲ ମାରିଛି। ଏଭଳି ଅଭିଯୋଗ କରି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଡେଙ୍ଗୁ ୱାର୍ଡ ଖୋଲିବା ସହ ମଶାଙ୍କ ଉତ୍ପତ୍ତି ସ୍ଥଳ ନଷ୍ଟ କରିବାକୁ ଭୁବନେଶ୍ବର ଜିଲ୍ଲା ବିଜେପି ଦାବ କରିରିଛି। ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଏକ ପ୍ରତିନିଧିଦଳ ବିଏମସି କମିସନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ମୁତାବକ, ପ୍ରଥମେ କରୋନା ମହାମାରୀ ଓ ଏବେ ଡେଙ୍ଗୁ ରାଜଧାନୀ ବାସିଙ୍କୁ ଭୟଭୀତ କରାଇଛି। ବର୍ଷା ଦିନ ପାଇଁ ବିଏମସିର କୌଣସି ପ୍ରାକ୍ ପ୍ରସ୍ତୁତି ନଥିଲା। ଫଳରେ ନାଳ ନର୍ଦ୍ଦମା ଅପରିଷ୍କାର ହୋଇ ପଡ଼ି ରହିଛି। ମଶା ମାରିବା ପାଇଁ ତେଲ କିମ୍ବା ଧୂଆଁ ବ୍ୟବହାର କରାଯାଉନାହିଁ। ଫଳରେ ମଶାଙ୍କ ବଂଶ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତାଘାଟ ମରାମତି କରିବା ଦିଗରେ ବିଏମସି ନିରବ ରହିଛି। ଫଳରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ମଶାଙ୍କ ସଂଖ୍ୟା ବଢ଼ୁଥିବା ସ୍ଥାନଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଗତକାଲି ଜିଲ୍ଲା ବିଜେପି ପକ୍ଷରୁ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଏମସି କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧିଦଳ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe