ଦୟା ପ୍ରଦୂଷଣ ରୋକିବାକୁ ଦାବି

Advertisment

ଦୟା, ଗଙ୍ଗୁଆ ମିଶ୍ରଣସ୍ଥଳ ବୁଲି ଦେଖିଲେ ୧୩ ଜଣିଆ ପ୍ରତିନିଧିଦଳ

ଦୟା, ଗଙ୍ଗୁଆ ମିଶ୍ରଣସ୍ଥଳ ବୁଲି ଦେଖିଲେ ୧୩ ଜଣିଆ ପ୍ରତିନିଧିଦଳ

ଦୟା ପ୍ରଦୂଷଣ ରୋକିବାକୁ ଦାବି

ଭୁବନେଶ୍ବର: ଗଙ୍ଗୁଆ ନାଳ ପାଣି ସିଧାସଳଖ ଦୟା ନଦୀକୁ ଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଛି। ଗଙ୍ଗୁଆରେ ବିଏମ୍‌ସିର ସମସ୍ତ ଡ୍ରେନ୍‌ ସଂଯୋଗ କରାଯାଇଛି। ଏଥିପାଇଁ ଦୟାନଦୀର ଅବବାହିକାରେ ବସବାସ କରୁଥିବା ତଥା ଏହି ଜଳକୁ ବ୍ୟବହାର କରୁଥିବା ଲୋକମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଗଙ୍ଗୁଆର ବର୍ଜ୍ୟ ଜଳକୁ ଟ୍ରିଟ୍‌ମେଣ୍ଟ କରିବା ବା ଏହି ପାଣିକୁ ଦୟାକୁ ନ ଛାଡ଼ିବା ପାଇଁ ଦାବି କରିଛି ଦୟା ସୁରକ୍ଷା ଅଭିଯାନ। ଅଭିଯାନର ୧୩ଜଣିଆ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି କଣ୍ଟି ପଞ୍ଚାୟତର କୁରିକି ନିକଟସ୍ଥ ଦୋମୁହାଁଠାରେ ଦୟାନଦୀ ଓ ଗଙ୍ଗୁଆ ମିଶ୍ରଣ ସ୍ଥଳ ପରିଦର୍ଶନ କରିଛନ୍ତି।

ଏହାସହ ଏହାର ସମାଧାନ ନିମନ୍ତେ ଆସନ୍ତା ମାସରେ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଅଭିଯାନ ଯୋଜନା କରିଛି। ଆସନ୍ତା ୨୯ ତାରିଖରେ ‘ନିର୍ମଳ ଦୟା ଅଭିଯାନ’ରେ ଏକ ବାଇକ୍‌ ଶୋଭାଯାତ୍ରା କଣାସ ବ୍ଲକର ଚିଲିକା ମୁହାଣରୁ ବାହାରି ବିଏମ୍‌ସି ଅଫିସ୍‌କୁ ଆସିବ। ସେଠାରେ ମେୟର ଓ କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଅଭିଯାନର ଆବାହକ ସଚ୍ଚିକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଅନୁସନ୍ଧାନକାରୀ ଦଳରେ ସୁକାନ୍ତ କିଶୋର ସାମନ୍ତରାୟ, ଆଦିକନ୍ଦ ଶ୍ରୀଚନ୍ଦନ, ବିଶ୍ୱଜିତ ବଡ଼ଜେନା, ପିପିଲିର ସୁଦର୍ଶନ ପ୍ରଧାନ, ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ଗଦାଧର ପ୍ରଧାନ, ନିରୁପମା ପାତ୍ର, ମାନବାଧିକାର କର୍ମୀ ଅରୁଣ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe