କାୟା ମେଲାଉଛି ଡେଙ୍ଗୁ: ଦୁଇ ଦିନରେ ଆଉ ୨୦ ପଜିଟିଭ୍, ‌ଚନ୍ଦ୍ରଶେଖରପୁର ପ୍ରଗତି ବିହାରକୁ ବ୍ୟାପିଲା

Advertisment

ସରକାରୀ ତଥ୍ୟରେ ରାଜଧାନୀରେ ‌୨୯ ଡେଙ୍ଗୁ ରୋଗୀ

ସରକାରୀ ତଥ୍ୟରେ ରାଜଧାନୀରେ ‌୨୯ ଡେଙ୍ଗୁ ରୋଗୀ

ରାଜଧାନୀରେ ଡେଙ୍ଗୁ: ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ, ୪୬୪ ଜାଗାରୁ ଲାର୍ଭା ନଷ୍ଟ

Times of India

ଚନ୍ଦ୍ରଶେଖରପୁର: ଖୋର୍ଧା ଜିଲ୍ଲାରେ ୪୧ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଭୁବନେଶ୍ବରରୁ କେବଳ ୨୯ଜଣ ବାହାରିଛନ୍ତି। ବାକି ୧୨ଜଣ ଜିଲ୍ଲାର ଅନ୍ୟ ସ୍ଥାନରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କେତେଜଣ ଡେଙ୍ଗୁରେ ଆକ୍ରାନ୍ତ ହେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି। ସରକାରୀ ଭାବେ ଏହା କୁହାଯାଉଥିବା ବେଳେ ବେସରକାରୀ ଭାବେ ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। କାରଣ ସହରର ୬ଟି ଅଞ୍ଚଳରେ ଏବେ ଡେଙ୍ଗୁ କାୟା ମେଲାଇଛି। ବିଶେଷକରି ନୀଳାଦ୍ରିବିହାର, ଶୈଳଶ୍ରୀବିହାର ଏବେ ହଟ୍‌ସ୍ପଟ୍‌ ପାଲଟିଛି। ବେସରକାରୀ ଭାବେ ଏହି ଅଞ୍ଚଳରୁ ୬୦ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହାରି ଭିତରେ ଆଜି ଚନ୍ଦ୍ରଶେଖରପୁରର ପ୍ରଗତି ବିହାର ଓ ଏଫ୍‌ଆର କଲୋନିରୁ ଆଉ କିଛି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆରଏମ୍‌ଆରସି ପକ୍ଷରୁ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ଟେଷ୍ଟିଂ ଜାରି ରହିଛି। ଦୁଇଦିନ ମଧ୍ୟରେ ଡେଙ୍ଗୁ ସନ୍ଦେହରେ ପ୍ରାୟ ୫୦ଜଣ ବ୍ୟକ୍ତି ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ଆକ୍ରାନ୍ତ ହୋଇଥିବା ଆଜି ରିପୋର୍ଟ ଆସିଛି। ଗତକାଲି ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୪ଜଣ ଓ ଆଜି ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ପରୀକ୍ଷା ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ଅଧିକାଂଶ ବ୍ୟକ୍ତିବିଶେଷ ସରକାରୀ ଟେଷ୍ଟିଂ ସେଣ୍ଟରକୁ ନ ଆସି ଘରୋଇ ହସ୍ପିଟାଲରେ ପରୀକ୍ଷା କରୁଛନ୍ତି। ଯାହାକି ବିଏମ୍‌ସି ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବେସରକାରୀ ହସ୍ପିଟାଲ୍ ଆକ୍ରାନ୍ତଙ୍କ ରିପୋର୍ଟ ବିଏମ୍‌ସିକୁ ହସ୍ତାନ୍ତର ‌କରୁ ନଥିବାରୁ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ଜଣାପଡ଼ୁ ନାହିଁ। ଯେଉଁଥିପାଇଁ ଆଜି ବି ବିଏମସିର ଟିମ୍‌ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜ୍ବର ଥିଲେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ମାଗଣାରେ ଟେଷ୍ଟିଂ କରିବା ପାଇଁ ନିବେଦନ କରୁଛନ୍ତି।

ଶୈଳଶ୍ରୀବିହାର ଉନ୍ନୟନ କମିଟିର ସାଧାରଣ ସମ୍ପାଦକ ଦିଲୀପ କୁମାର ସାହୁଙ୍କ ସୂଚନା ଅନୁଯାୟୀ ମୌଖିକ ଭାବେ ବିଏମସି ପକ୍ଷରୁ ସଫେଇ ବ୍ୟବସ୍ଥା କରାଯାଇଛି। ତେବେ ତାହା ସଫଳ ହୋଇପାରୁ ନାହିଁ। ଯେଉଁଥିପାଇଁ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳର ଲୋକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ନୀଳାଦ୍ରିବିହାରର ମହିଳା ସାବିତ୍ରୀ ଦେବୀ କହିଛନ୍ତି ଯେ ବର୍ଷା ଆସିବା ପୂର୍ବରୁ ‌ଡ୍ରେନ୍ ସଫା କରାଯାଇଥିଲେ ଏବେ ଡେଙ୍ଗୁ ଅଣାୟତ୍ତ ହୋଇ ନ ଥା’ନ୍ତା। ‌କରୋନା ଯୋଗୁଁ ଲୋକେ ଭୟରେ ସାଧାରଣ ଦୋକାନରୁ ଜ୍ବର ଔଷଧ ଆଣି ଖାଇ ଦେଉଛନ୍ତି। ଫଳରେ ଡେଙ୍ଗୁ ଟେଷ୍ଟିଂ ସଫଳ ହେଉ ନାହିଁ। ପୂର୍ବରୁ ବୟସ୍କଙ୍କୁ ଡେଙ୍ଗୁ ହେଉଥିବା ବେଳେ ଆଜି ପିଲାମାନେ ମଧ୍ୟ ଚିହ୍ନଟ ହେବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe