ରାଜଧାନୀରେ ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌

Advertisment

ଆଉ ୨୯ ଆକ୍ରାନ୍ତ ଚିହ୍ନଟ, ଆଜି ୫୦୦ ଟପିଯିବ!

ଆଉ ୨୯ ଆକ୍ରାନ୍ତ ଚିହ୍ନଟ, ଆଜି ୫୦୦ ଟପିଯିବ!

ଗଞ୍ଜାମରେ ପୁଣି ୮ ଡେଙ୍ଗୁ ରୋଗୀ

Mirror

ଭୁବନେଶ୍ବର : ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ବରରେ ଠାବ କରାଯାଇଛି। ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍‌ ରହିଥିବା କୁହାଯାଉଛି। ଏହି ଷ୍ଟ୍ରେନ୍‌ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ ଡେଙ୍ଗୁ ସଂକ୍ରମିତଙ୍କ ସେରୋଟାଇପିଂରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

୫୬ ନମୁନା ଭିତରୁ ୫୧ଟିରେ ଡେଟାଇପ୍ ଥିବା ବେଳେ ୩ଟିରେ ଡି-୧ ଓ ଡି-୨ ସହ ସଂକ୍ରମଣ ଦେଖିବାକୁ ମିଳିଛି। ଡେଙ୍ଗୁର ସାଧାରଣତଃ ଡି୧ରୁ ଡି-୪ ପର୍ଯ୍ୟନ୍ତ ସରୋଟାଇପ୍ ରହିଛି। ତେବେ ଡି-୨ ଷ୍ଟ୍ରେନ୍‌ ଅନ୍ୟ ‌ଷ୍ଟ୍ରେନ୍‌ଠାରୁ ଘାତକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଡି-୧ ଓ ଡି-୨ର ସଂକ୍ରମଣ ବାଦ୍ ଡି-୨ ଓ ଡି-୩ର ମଧ୍ୟ ସହ-ସଂକ୍ରମଣ ହୋଇଥିବା ନଜରକୁ ଆସିଛି। ରାୟଗଡ଼ା, କୋରାପୁଟରୁ ସଂଗ୍ରହ ହୋଇଥିବା ନମୁନାରେ ଏହା ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁରରେ ଗୋଟିଏ ଲେଖାଏଁ ନମୁନାରେ ଡି-୨ ଷ୍ଟ୍ରେନ୍‌ ରହିଛି।

ରାଜଧାନୀ‌ରେ ଦୁଇ ମାସ ଭିତରେ ଡେଙ୍ଗୁ ସଂକ୍ରମଣରେ ହଠାତ୍ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ରାଜ୍ୟ‌ରେ ୫୪୭ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ତହିଁରୁ କେବଳ ଖୋର୍ଧାରେ ୪୨୨ଜଣ ଆକ୍ରାନ୍ତ ଅଛନ୍ତି। ଏହାସହ କଟକ ୩୦, ପୁରୀ ୧୯, ଯାଜପୁର, ନୟାଗଡ଼ରୁ ୧୦ ଲେଖାଏଁ ଓ ବାଲେଶ୍ବରରେ ୮ଜଣ ଚିହ୍ନଟ ହୋଇଛନ୍ତି। ଆଜି ଏହି ସଂଖ୍ୟା ଆହୁରି ବଢ଼ିଛି। ଗତବର୍ଷ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ମାତ୍ର ଏ ବର୍ଷ ଏହା ବେକାବୁ ହେବାରେ ଲାଗିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଡେଙ୍ଗୁରେ ମୃତ୍ୟୁ ହାର ୦.୫ ପ୍ରତିଶତରୁ ୧ ପ୍ରତିଶତ ଭିତରେ ରହିଛି। ଡି-୧ ଷ୍ଟ୍ରେନ୍‌ ସାଧାରଣ ଭାବେ ଦେଖିବାକୁ ମିଳୁଥିବା ବେଳେ ଡି-୧ ଓ ଡି-୨ର ସହ ସଂକ୍ରମଣ ଅନେକ ‌କ୍ଷେତ୍ରରେ ସାମ୍ନାକୁ ଆସିଥାଏ। ତେବେ ରାଜଧାନୀରେ ଡି-୨ ଷ୍ଟ୍ରେନ୍‌ ଅନ୍ୟ ଷ୍ଟ୍ରେନ୍ ତୁଳନାରେ ଘାତକ କି ନୁହେଁ, ତାହା ଉପରେ ଅଧିକ ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।

publive-image

ଆଉ ୨୯ ଆକ୍ରାନ୍ତ ଚିହ୍ନଟ, ଆଜି ୫୦୦ ଟପିଯିବ!
ଚନ୍ଦ୍ରଶେଖରପୁର : ରାଜଧାନୀରେ ଉଦ୍‌ବେଗଜନକ ଭାବେ ମାଡ଼ିଚାଲିଛି ଡେଙ୍ଗୁ। ଏବେ ଘରେ ଘରେ ‌ରୋଗୀ ଚିହ୍ନଟ ହେଲେଣି। ପ୍ରତିଦିନ ୩୦ରୁ ୪୦ ଆକ୍ରାନ୍ତ ବାହାରୁଥିବାରୁ ସହରବାସୀ ଭୟଭୀତ। ଏଡିସ୍‌ ମଶାଙ୍କ ଉପଦ୍ରବ ଆଉ ଶୈଳଶ୍ରୀବିହାର କି ନୀଳାଦ୍ରିବିହାର ଭିତରେ ସୀମିତ ହୋଇ ରହିନି, ରାଜଧାନୀର ୩୦% ଅଞ୍ଚଳରେ ମାଡ଼ିଗଲେଣି ମଶା। ଚନ୍ଦ୍ରଶେଖରପୁଠାରୁ ଆରମ୍ଭ କରି ଚକେଇସିଆଣି, ରସୁଲଗଡ଼, କଳ୍ପନା, ପୁରୁଣା ଭୁବନେଶ୍ବର ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପ୍ରଶାସନର ନିଦ ହଜିଯାଇଛି। ବିଏମ୍‌ସିଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ପ୍ରତିଦିନ ବୈଠକ କରୁଥିଲେ ମଧ୍ୟ ସଂକ୍ରମଣ ରୋକିବାକୁ ସକ୍ଷମ ହୋଇ ନାହାନ୍ତି। ବରଂ ଡେଙ୍ଗୁ ଏବେ ଉପରମୁହାଁ ହୋଇଛି। ଆଜି ସରକାରୀ ଭାବେ ପୁଣି ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨ରେ ପହଞ୍ଚିଛି। ଶୀଘ୍ର ଏହା ୫୦୦ ଟପିଯିବ ବୋଲି ଆଶଙ୍କା କରାଯାଉଛି। ସେହିପରି ୫୩୩ଟି ସ୍ଥାନରେ ଲାର୍ଭା ଚିହ୍ନଟ ହୋଇଥିବା ବେଳେ ୧୩୯୦ଟି ସ୍ଥାନକୁ ନଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବର ଉତ୍ତର ଜୋନ୍‌ରେ ଦୁଇଟି କ୍ୟାମ୍ପ ପକାଇ ଲୋକଙ୍କ ଡେଙ୍ଗୁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ନୀଳାଦ୍ରିବିହାର ଓ ଚନ୍ଦ୍ରଶେଖରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଏଥିପାଇଁ କେତେକ ଗାଇଡ୍‌ଲାଇନ୍‌ ପୂରଣ କରିବାକୁ ଥିବାରୁ ବିଳମ୍ବ ହେଉଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe