ଦ୍ରୁତବେଗରେ ବ୍ୟାପୁଛି ଡେଙ୍ଗୁ, ୨ ଦିନରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ୨ ଗୁଣ

ମଶା କବଳରେ ସମ୍ବଲପୁର ମହାନଗର

ଭୁବନେଶ୍ବର : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଗତ ଶନିବାର ସୁଦ୍ଧା ୧୨ ଜଣ ଡେଙ୍ଗୁ ଆକ୍ରାନ୍ତ ଏଠା‌ରେ ଚିକିତ୍ସାଧୀନ ଥିଲେ। ସୋମବାର ଏହି ସଂଖ୍ୟା ୨୩ରେ ପହଞ୍ଚିଥିବାରୁ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣକୁ ଛୁଇଁବାକୁ ଯାଉଛି। ହସ୍ପିଟାଲ୍‌ର ନର୍ସିଂହୋମ୍‌ରେ ବର୍ତ୍ତମାନ ୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

publive-image Mycitylinks

କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡେଙ୍ଗୁ ୱାର୍ଡରେ ମୋଟ୍‌ ୩୦ଟି ଶଯ୍ୟା ରହିଛି। କିନ୍ତୁ ଡେଙ୍ଗୁ ଯେମିତି ଦ୍ରୁତବେଗରେ ବ୍ୟାପୁଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଆଗାମୀ ଦୁଇ ତିନି ଦିନ ଭିତରେ ହସ୍ପିଟାଲ୍‌ରେ ଶଯ୍ୟା ନିଅଣ୍ଟ ପଡ଼ିବା ଆଶଙ୍କା କରାଯାଉଛି। ଚଳିତ ମାସ ଆରମ୍ଭରୁ ଏ ପର୍ଯ୍ୟନ୍ତ କେବଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ୭୪ ଜଣ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ବଡ଼ କଥା ହେଉଛି ଏହି ୱାର୍ଡରେ ନିୟୋଜିତ ନର୍ସ ସଂଖ୍ୟା କମ୍‌ ବୋଲି ଅଭିଯୋଗ ହେଉଛି। ଏବେ ଚିକିତ୍ସାଧୀନ ୨୩ ଜଣଙ୍କ ପାଇଁ ୯ ଜଣ ନର୍ସ ନିୟୋଜିତ ହୋଇଛନ୍ତି। ସେମାନେ ଅଲଗା ଅଲଗା ସମୟରେ ଡ୍ୟୁଟି କରୁଛନ୍ତି। ତେଣୁ ଚିକିତ୍ସାରେ ବାଧା ଉପୁଜୁଥିବା ରୋଗୀଙ୍କ ସର୍ମ୍ପକୀୟମାନେ ଅଭିଯୋଗ କରିଛନ୍ତି। ଏ ନେଇ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ କହିଛନ୍ତି, ଏଭଳି ଅଭିଯୋଗ ଅମୂଳକ। ବେଡ୍ ଅନୁସାରେ ଆବଶ୍ୟକ ନର୍ସ ନିୟୋଜିତ ହୋଇଛନ୍ତି ଓ ଆଗକୁ ରୋଗୀ ସଂଖ୍ୟା ବଢ଼ିଲେ ବିହିତ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe