ରାଜଧାନୀରେ ଡେଙ୍ଗୁ: ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ, ୪୬୪ ଜାଗାରୁ ଲାର୍ଭା ନଷ୍ଟ

Advertisment
ରାଜଧାନୀରେ ଡେଙ୍ଗୁ: ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ, ୪୬୪ ଜାଗାରୁ ଲାର୍ଭା ନଷ୍ଟ

Times of India

ଭୁବନେଶ୍ବର: ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି। ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି। ୫ଶହରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କରିଛି। କେତେକ ଲୋକ ସଉକ୍‌ରେ ଲଗାଇଥିବା ଫୁଲକୁଣ୍ଡରେ କଣା ନଥିବାରୁ ସେଗୁଡ଼ିକ ମଶାଙ୍କ ବଂଶବୃଦ୍ଧିରେ ସାହାଯ୍ୟ କରୁଛି। ସେହିଭଳି କେତେକ ଗ୍ୟାରେଜ୍‌ରେ ପଡ଼ିଥିବା ଦଦରା ଟାୟାର ଭିତରେ ବହୁଦିନ ଧରି ପାଣି ଜମିଥିବାରୁ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି। କେତେକ ନିଜ ବାଡ଼ିରେ ପକାଇଥିବା ପଇଡ଼ ଖୋଳରେ ମଧ୍ୟ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି।

ଏସବୁକୁ ନେଇ ଲୋକମାନଙ୍କୁ ସଚେତନ କରାଯିବା ସହ ଔଷଧ ସ୍ପ୍ରେ କରାଯାଇ ଲାର୍ଭା ନଷ୍ଟ କରାଯାଇଛି। ଆଜି ସୁଦ୍ଧା ୩୫୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୯୩ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରାଯାଇଛି। ୪୬୪ ଜାଗାରୁ ମଶା ଲାର୍ଭା ନଷ୍ଟ କରାଯାଇଥିବା ବେଳେ ୪ ହଜାର ୭୩୧ ଘର ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣରେ ୧୯ ହଜାର ୫୩୨ ଜଣ ଲୋକଙ୍କୁ ସାମିଲ କରାଯାଇଛି। ୧ହଜାର ୨୬୬ ବୁକ୍‌ଲେଟ୍‌ ବଣ୍ଟନ କରାଯାଇଛି। ଆଗକୁ ଏହି ସେଚତନତା ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe