Depot locked: ଡିପୋ ତାଲା କାଟି ୧୮ ଲକ୍ଷର ସାମଗ୍ରୀ ଲୁଟ୍‌

ଧଉଳି ଥାନାରୁ ୧୦୦ ମିଟର ଦୂରରେ ଥିବା ଓମ୍‌ ବଇରଙ୍ଗେଶ୍ବର ଟ୍ରେଡର୍ସ ନାମକ ଏକ ଡିପୋରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୧୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ....

Untitled-11

ଧଉଳି: ଧଉଳି ଥାନାରୁ ୧୦୦ ମିଟର ଦୂରରେ ଥିବା ଓମ୍‌ ବଇରଙ୍ଗେଶ୍ବର ଟ୍ରେଡର୍ସ ନାମକ ଏକ ଡିପୋରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୧୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାସହିତ ଏହି ସଂସ୍ଥାର କାର୍ଯ୍ୟାଳୟ ଭିତରେ ଆଲମିରା ତାଲାଭାଙ୍ଗି ନଗତ  ୭ ଳକ୍ଷ ୪୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ଧଉଳି ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ ଆରମ୍ଭ କରିଛି। ଲୁଟ୍‌ର ଶିକାର ବ୍ୟବସାୟୀ ଚିତ୍ତରଞ୍ଜନ ଶତପଥୀ ଆଜି ଧଉଳି ଥାନାରେ ଏନେଇ ଅଭିଯୋଗ କରିବା ପରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୁଟେରା ଡିପୋରେ ଲାଗିଥିବା ସିସି କ୍ୟାମେରା ହାର୍ଡଡିସ୍କ ଭାଙ୍ଗି ନେଇଯାଇଥିବାରୁ ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା। ଏକ ଚାରିଚକିଆ ଗାଡ଼ିରେ ପେଟି ଓ ଟିଣଡବା ଗୁଡ଼ିକ ଦୁର୍ବୃତ୍ତମାନେ ନେଉଥିବା ଏହି ସିସିଟିଭିରୁ ଜଣାଯାଇଛି।  ଲୁଟ୍‌ ସାମଗ୍ରୀ ମଧ୍ୟରେ ଡିପୋରେ ଥିବା ରାସନ୍‌ ସାମଗ୍ରୀ ରହିଛି। ଲୁଟ ସାମଗ୍ରୀର ମୂଲ୍ୟ ପାଖ‌ାପାଖି ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିପୋ ମାଲିକ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍‌ ଭିତ୍ତିରେ ଲୁଟେରା ଓ ଚାରିଚକିଆ ଗାଡ଼ିକୁ ପୁଲିସ ଚିହ୍ନଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe