ଏଟିଏମ୍ ଲୁଟେରାଙ୍କ ବୟାନ ପରେ କେନାଲରୁ ଟଙ୍କା ଖୋଜି ହତାଶ

Advertisment
ଏଟିଏମ୍ ଲୁଟେରାଙ୍କ ବୟାନ ପରେ କେନାଲରୁ ଟଙ୍କା ଖୋଜି ହତାଶ

ଚନ୍ଦ୍ରଶେଖରପୁର : କେନାଲରେ ପଡ଼ିଛି ୮ ଲକ୍ଷ ଟଙ୍କା। ତାହା ପୁଣି ଶହେ ଓ ଦୁଇଶହ ଟଙ୍କଆ ବିଡ଼ା। ଏମିତି ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁରୀ କେନାଲରେ ଦେଖାଯାଇଥିଲା ଅଜବ ଦୃଶ୍ୟ। ସ୍ଥାନୀୟ କେଳାସାହିର କିଛି ପିଲା କେନାଲ କୂଳରେ ଭିଡ଼ ଜମାଇଥିଲେ। କାଳେ ଟଙ୍କା ବିଡ଼ା ମିଳିଯିବ, ସେଇ ଆଶାରେ ସେମାନେ ମଇଳା ପାଣିରେ ପଶି ଖୋଜାଖୋଜି କରିଥିଲେ। ମାତ୍ର କାହାକୁ କାଣି କଉଡ଼ିଟିଏ ମିଳି ନଥିଲା। ସୂଚନା ଅନୁଯାୟୀ, ଗତକାଲି ଲୁଟେରାଦ୍ବୟ ପୁଲିସ୍‌କୁ ଡେମୋ ଦେଖାଇଥିଲେ। ପଟିଆ ‌ଷ୍ଟେସନ୍ ରୋଡ୍‌ରେ ଥିବା ପିଏନ୍‌ବି ଏଟିଏମ୍‌ରୁ ଲୁଟ୍‌ କରିବା ପରେ ସେମାନେ ପଟିଆ କେଳାସାହି ନିକଟ ପୁରୀ କେନାଲ୍‌ରେ ୮ ଲକ୍ଷ ଟଙ୍କା ଫୋପାଡ଼ି ଦେଇଥିବା ପୁଲିସ୍‌କୁ କହିଥିଲେ। ଯେଉଁ ଜାଗାରେ ଟଙ୍କା ଫୋପାଡ଼ିଥିଲେ, ସେ ଜାଗା ମଧ୍ୟ ପୁଲିସ୍‌କୁ ଦେଖାଇଥିଲେ। ଲୁଟେରାଙ୍କ କଥାକୁ ବିଶ୍ବାସ କରି ଗତକାଲି ପୁଲିସ୍ କିଛି ସମୟ ପାଇଁ କେନାଲ‌ରେ ଖୋଜାଖୋଜି କରି ନିରାଶ ହୋଇଥିଲା। ଏ ସଂପର୍କରେ ଆଜି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସକାଳୁ କେନାଲମୁହାଁ ହୋଇଥିଲେ ସ୍ଥାନୀୟ କେଳା ସାହିର କିଛି ପିଲା। ପାଖାପାଖି ୪ ଘଣ୍ଟା ଗୋଳିଆ ପାଣି ଓ ପଙ୍କ କାଦୁଅକୁ ଘଣ୍ଟା ଚକଟା କରିବା ପରେ ସେଠାରୁ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe