ମଠ ଭାଙ୍ଗିଲ, ମଦ ଦୋକାନ ହଟାଅ

ମଠ ଭାଙ୍ଗିଲ, ମଦ ଦୋକାନ ହଟାଅ

ଚନ୍ଦ୍ରଶେଖରପୁର: ବାପା ଅଜା ଅମଳର ଅଭିରାମ ମିଳନ ମଠକୁ ମାଟିରେ ମିଶାଇଦେଲ। ଛୋଟ ଦୋକାନ କରି ପରିବାର ଚଳାଉଥିବା ଗରିବ ଲୋକଙ୍କ ଜୀବନ ଜୀବିକାକୁ ନଷ୍ଟ କରିଦେଲ। ଏବେ କେମିତି ଚଳିବୁ। ଆମ ପିଲା ଛୁଆ କେମିତି ପଢ଼ିବେ। ଗୋଟିଏ ପଟେ ଗାଁ ମୁଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ପ୍ରଶାସନ ଗ୍ରାମବାସୀକୁ ମଦୁଆ କରୁଥିବା ବେଳେ ଅନ୍ୟପାଟେ ଜବରଦଖଲ ଉଚ୍ଛେଦ ନାଁରେ ଲୋକଙ୍କ ଘର ଭାଙ୍ଗିବା ଆଦୌ ଠିକ୍‌ ନୁହେଁ। ପ୍ରଶାସନ ଏଭଳି କାର୍ଯ୍ୟରୁ ନିବୃତ୍ତ ରହୁ। ନ ହେଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ।

ଡମଣା ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ ପରେ ଏଭଳି ଢଙ୍ଗରେ ପ୍ରତାବାଦ କରିଛନ୍ତି ଶତାଧିକ ମହିଳା। କମିସନରେଟ୍‌ ପୁଲିସକୁ ଦେଇଥିବା ଏକ ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଡମଣା ଗାଁ ନିକଟରେ ଗଢ଼ି ଉଠିଥିବା ମଦ ଦୋକାନ ଯୋଗୁଁ କରୋନା ମହାମାରୀ ସମୟରେ ଘର ପରିବାର ବରବାଦ ହୋଇଯାଇଛି। ଗ୍ରାମର ପରିବେଶ ଖରାପ ହେବା ସହ ଛୋଟ ପିଲାମାନେ କମ୍‌ ବୟସରୁ ନିଶା କବଳରେ ପଡ଼ିଗଲେଣି। ସେହି ମଦ ଲାଗି ଅନେକ ମହିଳା ସେମାନଙ୍କ ସ୍ବାମୀଙ୍କୁ ହରାଇଛନ୍ତି। ରାତିରେ ଝିଅ, ବୋହୂମାନେ ଏହି ରାସ୍ତାରେ ଯାଇପାରୁନାହାନ୍ତି। ତୁରନ୍ତ ଏହି ମଦ ଦୋକାନକୁ ହଟାଇ ଗ୍ରାମବାସୀଙ୍କୁ ନ୍ୟାୟ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe