ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

Advertisment
ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

ଭୁବନେଶ୍ବର: ଶେଷରେ ସାମ୍ନାକୁ ଆସିଛି ମୁଣ୍ଡବିହୀନ ମୃତଦେହ ପଛର ରହସ୍ୟ। ପ୍ରେମସଂପର୍କ ଓ ବିବାହକୁ ନେଇ ବିବାଦ କାରଣରୁ ୨୮ ବର୍ଷୀୟ ମହିଳା ପୁଷ୍ପଲତାଙ୍କ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି। କମିସନରେଟ୍ ପୁଲିସ ଆଜି ଏହି ରହସ୍ୟମୟ ଘଟଣା ଉପରୁ ପରଦା ହଟାଇଛି।

୨୮ ବର୍ଷୀୟ ମହିଳା ପୁଷ୍ପଲତାଙ୍କ ସହ ଯେଭଳି ନାରକୀୟ ଘଟଣା ଘଟିଛି, ଯାହା ବୟାନ କରିବା କଷ୍ଟକର । ଯେଉଁ ବ୍ୟକ୍ତି ଉପରେ ସବୁଠାରୁ ଅଧିକ ବିଶ୍ୱାସ ଥିଲା, ଯେଉଁ ବ୍ୟକ୍ତିଙ୍କୁ ସେ ଦୁନିଆରେ ସବୁଠାରୁ ନିଜର ବୋଲି ଭାବୁଥିଲା, ଶେଷରେ ସେହି ବ୍ୟକ୍ତି ହିଁ ତାର ତଣ୍ଟି ଚିପି ପ୍ରାଣ ନେଇଗଲା । ଆଉ ତା’ପରେ ମୁଣ୍ଡଗଣ୍ଡି ଅଲଗା କରିଦେଲା।  ଗଣ୍ଡିକୁ ଠାଏଁ ଫିଙ୍ଗିବା ପରେ ଦୁଇ କିଲୋମିଟର ଦୂରରେ ଫିଙ୍ଗିଲା ମୁଣ୍ଡକୁ।

ଆଜି ସକାଳୁ ସକାଳୁ ମୁଖ୍ୟ ଅଭିଯୁକ୍ତ ସଂଜୟକୁ ନେଇ ଚନ୍ଦ୍ରକା ଜଙ୍ଗଲରେ ପହଂଚିଥିଲା କମିସନରେଟ୍ ପୁଲିସ୍ । ସେତେବେଳକୁ ପୂରା କାହାଣୀ, ପୁଲିସ୍ ଜାଣିସାରିଥିଲା । କିନ୍ତୁ ଶେଷ ଥର ପାଇଁ ଅଭିଯୁକ୍ତର ସେହି ଘୃଣ୍ୟ କର୍ମ ସମ୍ପର୍କରେ ଜାଣିବା ପାଇଁ ସିନ୍ ରିକ୍ରଏଟ୍ ବା ଘଟଣାର ପୁନରାବୃତ୍ତି କରାଇଥିଲା ପୁଲିସ୍ ଏବଂ ଯାହା ଯାହା ଅଭିଯୁକ୍ତ ପୁଲିସ୍ ଆଗରେ ବୟାନ କରୁଥିଲା, ସେହି ଅନୁସାରେ ହିଁ ସବୁ କଥାର ପୁନରାବୃତ୍ତି କରାଯାଇଥିଲା ।

publive-image timesnownews.com

ସ୍ୱାମୀର ମୃତ୍ୟୁ ପରେ ସଂଜୟକୁ ସାହାରା ବନାଇ ନେଇଥିଲେ ପୁଷ୍ପଲତା । କୌଣସି କାରଣ ବଶତଃ ସଂଜୟ ସହ ବିବାଦ ପରେ ଆଉ ଜଣକୁ ବାହା ହୋଇଯାଇଥିଲେ । କିନ୍ତୁ କିଛି ଦିନ ପରେ ପୁଣି ଥରେ ସଂଜୟ ପାଖକୁ ଫେରି ଆସିଥିଲେ ପୁଷ୍ପଲତା । କିନ୍ତୁ ସେ ଜାଣିନଥିଲେ, ଯେ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ କରିଦେଲେ । ସଂଜୟ ଆଉ ପୂର୍ବ ଭଳି ନ ଥିଲା । ସେ ଏଥର ସଇତାନ ବନିଯାଇଥିଲା । ଛୋଟିଆ କଥାକୁ ନେଇ ପୁଷ୍ପଲତାଙ୍କ ତଣ୍ଟି ଚିପିଦେଲା । ଆଉ ସେଇଠି ପୁଷ୍ପଲତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଯେମିତି କେହି ଚିହ୍ନିପାରିବେ ନାହିଁ, ସେ ଉଦ୍ଦେଶ୍ୟରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ସଂଜୟ । ଆଉ ଏଥିରେ ସହଯୋଗ କରିଥିଲା ଚନ୍ଦୁ ନାମକ ଜଣେ ରାଜମିସ୍ତ୍ରୀ । ଆଉ ଏହିଭଳି ଭାବରେ ଗତ ୪ ତାରିଖରେ ଘଟିଥିବା ଘଟଣା ଉପରୁ ପରଦା ହଟାଇଛି କମିଶନରେଟ୍ ପୁଲିସ୍ । ଯେତେବେଳେ ଭୁବନେଶ୍ୱରର ଛାତି ଉପରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା, ସେତେବେଳେ ହତ୍ୟାକାରୀକୁ କଠୋରରୁ କୋଠାର ଦଣ୍ଡ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ହୋଇଥିଲା । ଆଉ ଶେଷରେ ହତ୍ୟାକାରୀ ପାଖରେ ପହଂଚିଛି ପୁଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe