ଅଟକ ଅଭିଯୁକ୍ତଙ୍କୁ କରୋନା, ଚିନ୍ତାରେ କମିସନରେଟ୍‌ ପୁଲିସ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : ଜଣେ ଅଟକ ଅଭିଯୁକ୍ତ କରୋନା ପଜିଟିଭ୍‌ ହେବା ପରେ ଚିନ୍ତାରେ ପଡ଼ିଛି କମିସନରେଟ୍‌ ପୁଲିସ। ଗତକାଲି ପରୀକ୍ଷା ହୋଇଥିବା ନମୁନାର ଆଜି ରିପୋର୍ଟ ପଜିଟିଭ୍‌ ଆସିବା ପରେ ପୁଲିସ କର୍ମଚାରୀ ଛାନିଆ ହୋଇଛନ୍ତି। ଯେଉଁମାନେ ତାକୁ ଧରିଥିଲେ, ସଙ୍ଗରୋଧରେ ରହିବା ସହ ନିଜର ସ୍ବାବ୍‌ ଟେଷ୍ଟ କରାଇ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏଭଳି ବିଚିତ୍ର ଘଟଣା ସହିଦନଗର ଥାନାରେ ଘଟିଛି। ସୂଚନାଯୋଗ୍ୟ, ୧୪ ତାରିଖ ଦିନ ବିହାରରୁ ଦୁଇଜଣ ଯୁବକ ଭୁବନେଶ୍ବର ଆସିଥିଲେ। ବାଟରେ ଗାଡ଼ି ଖରାପ ହେବାରୁ ସହିଦନଗରସ୍ଥିତ ଏକ ଗ୍ୟାରେଜ୍‌ରେ ମରାମତି କରିଥିଲେ। କୌଣସି କାରଣରୁ ଗ୍ୟାରେଜ୍‌ ମାଲିକଙ୍କ ସହ ସେମାନଙ୍କ ଝଗଡ଼ା ହୋଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଉଭୟଙ୍କୁ ଉଠାଇ ଆଣିଥିଲା। ନିୟମ ମୁତାବକ ଉଭୟଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ତନାଘନା ହେଉଛି। ଉଭୟ ଅଭିଯୁକ୍ତଙ୍କୁ ସିଆରପିସି-୪୧ ବଳରେ ନୋଟିସ୍‌ ଦିଆଯାଇ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe