ଧିମା ଗତିରେ ଚାଲିଛି ବିକାଶ

Advertisment
ଧିମା ଗତିରେ ଚାଲିଛି ବିକାଶ

representational immage- Telegraph India

ଖଣ୍ଡଗିରି: ଗତ ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେଲା ବିଏମ୍‌ସି ୬୪ ନମ୍ବର ୱାର୍ଡ ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ପାଲଟିଛି। ଆଇଟିଇଆର୍‌ ଇଂଜିନିୟରିଂ କଲେଜ ପ୍ରତିଷ୍ଠା ପରଠାରୁ ଧୀରେଧୀରେ ପଞ୍ଚସଖାନଗର, କସ୍ମୋପଲିସ୍‌, ନୀଳାଦ୍ରିନଗର ଭଳି ବଡ଼ବଡ଼ ଆବାସିକ କଲୋନି ଗଢ଼ିଉଠିଛି। ତେଣୁ ରାଜଧାନୀର ସର୍ବବୃହତ୍‌ ହାଉସିଂବୋର୍ଡ କଲୋନି(ଡୁମୁଡୁମା) ସଂଲଗ୍ନ ଏହି ୱାର୍ଡର ଗୁରୁତ୍ବ ବଢ଼ିଛି। ବଡ଼ କଥା ହେଉଛି ଏହି ୱାର୍ଡରେ ରହିଛି ଯଦୁପୁର, ବେଗୁନିଆ ଓ ଡୁମୁଡୁମା ଭଳି ତିନି ତିନିଟି ଗାଁ। ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମିଶ୍ରଣରେ ଗଢ଼ା ଏହି ୱାର୍ଡର ବିକାଶମୂଳକ କାମ ବେଶ୍ କାଠିକର ବୋଲି କୁହାଯାଉଛି। ଏବେ ମଧ୍ୟ ଏଠାରେ ରାସ୍ତା, ଡ୍ରେନ୍‌, ପାର୍କ, ଖେଳପଡ଼ିଆ, କମ୍ୟୁନିଟି ହଲ୍‌, ବସ୍‌ଷ୍ଟପ୍‌, ଶୌଚାଳୟ, ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ବହୁ ବିକାଶମୂଳକ କାମ ପୂରା ହୋଇପାରିନାହିଁ।

ଗତ ବର୍ଷକର ବିକାଶମୂଳକ କାମ କହିଲେ ଯଦୁପୁରୁ ମୁଖ୍ୟ ରାସ୍ତା ଲେନ୍‌-୧, ଲେନ୍‌-୨, ଲେନ୍‌-୩ର ପ୍ରାୟ ଅଢ଼େଇ କିମି ରାସ୍ତା କାମ ସରିଛି। ପଞ୍ଚସଖାନଗରରେ ଡ୍ରେନ୍‌ କାମରୁ ୩୦ ଫୁଟ୍‌ ୫୦୦ ମିଟର କାମ ଆରମ୍ଭ ହୋଇଛି। ଯଦୁପୁରୁ ମିନି ଷ୍ଟାଡିୟମ୍‌ ଓ ଡୁମୁଡୁମା ମିନି ଷ୍ଟାଡିୟମ କାମ ସରିଛି। ଡୁମୁଡୁମା ନୂ୍ଆସାହିରେ ମଡେଲ୍‌ ବସ୍ତି ଗଠନ ‌ହୋଇଛି ଏବଂ ୫ଶହରୁ ଅଧିକ ଲୋକଙ୍କ ପାଇଁ ଡ୍ରେନ୍‌, ଲାଇଟ୍‌, ରାସ୍ତା, ପିଇବା ପା‌ଣି, ଓପନ୍‌ ଜିମ୍, ପାର୍କ ଭଳି ସୁବିଧା ହୋଇଛି। ଡୁମୁଡୁମା ଭୋଇସାହି ନାଳ, ‌ନୂଆଭୋଇ ସାହି ନାଳ ଓ ରାସ୍ତା କାମ ସରିଛି। ବେଗୁନିଆ ମୁଖ୍ୟ ରାସ୍ତାର ସୌନ୍ଦର୍ଯ୍ୟୀକରଣ, ଯଦୁପୁର ୟୁପି ସ୍କୁଲ୍‌ରେ ୨ଟି ନୂତନ ଶ୍ରେଣୀ ଗୃହ ନିର୍ମାଣ, ଡୁମୁଡୁମା-ଜାଗମରା ବ୍ରିଜ୍‌ ନିର୍ମାଣ, ପଞ୍ଚସଖାନଗର କଲ୍ୟାଣ ମଣ୍ଡପ ନିର୍ମାଣ କାମ ହୋଇଛି। ନିକଟରେ ନମ୍ରକାନୀ ମନ୍ଦିର ପୋଖରୀ କାମ ଆରମ୍ଭ ହୋଇଛି।

ତେବେ ଏଠାରେ ବହୁ ରାସ୍ତା କଂକ୍ରିଟ୍‌ କିମ୍ବା ପିଚୁ ହୋଇପାରି ନାହିଁ। ପଞ୍ଚସଖାନଗର, ଯଦୁପୁର, ବେଗୁନିଆରେ ଡ୍ରେନ୍‌ ସମସ୍ୟା ରହିଛି। ବଡ଼ କଥା ହେଉଛି ଏହି ଅଞ୍ଚଳର ଡ୍ରେନ୍‌ ପାଣି ସିଧା ଯାଇ ସ୍ଥାନୀୟ ଅଞ୍ଚଳର ଚାଷ ଜମିରେ ପଡ଼ୁଛି। ଫଳରେ ପ୍ରାୟ ୧୦୦ ଏକର ଚାଷ ଜମି ଏବେ ଆଉ ଚାଷ ଉପଯୋଗୀ ହୋଇ ନାହିଁ। ବିଜେପି କର୍ପୋରେଟର ପ୍ରାର୍ଥୀ ‌ହୋଇଥିବା ସ୍ମିତା ସରିତାଙ୍କ କହିବା କଥା ବିକାଶ ବେଶ୍ ମନ୍ଥର ଗତିରେ ହେଉଛି। ସେହିଭଳି ବିକାଶମୂଳକ କାର୍ଯ୍ୟକ୍ରମ ପାତରଅନ୍ତର ନୀତିରେ କରାଯାଉଛି। ଡୁମୁଡୁମା ଅଞ୍ଚଳକୁ ଗୁରୁତ୍ବ ଦିଆଯାଉନାହିଁ। ଏହି ଗ୍ରାମରେ ଡ୍ରେନ୍‌ ଓ ରାସ୍ତା କାମ ସରିପାରିନାହିଁ। ଡୁମୁଡୁମାରେ କମ୍ୟୁନିଟି ହଲ୍‌ ତିଆରି ‌ହୋଇନି। ପବ୍ଲିକ୍‌ ଶୌଚାଳୟ ନାହିଁ। ଲୋକଙ୍କ ରାସନ୍‌ କାର୍ଡ ଅପ୍‌ଡେଟ୍‌ ହୋଇନଥିବାରୁ ଡୁମୁଡୁମା ଭୋଇସାହିର ଶତାଧିକ ହିତାଧିକାରୀ ହଇରାଣ ହେଉଛନ୍ତି। ବର୍ଷକରେ ଯେତିକି ବିକାଶ ହେବା କଥା‌ ହୋଇନାହିଁ।

ୱାର୍ଡର ପ୍ରମୁଖ ସମସ୍ୟା‌ ଦୂର କରିବା ଲକ୍ଷ୍ୟ

publive-image

ୱାର୍ଡର ମୁଖ୍ୟ ସମସ୍ୟା ଦୂର କରିବା ଲକ୍ଷ୍ୟରେ କାମ ଚାଲିଛି। ସବୁ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଉଛି। ଯଦୁପୁର ନୀର ମେହଲା ସାହି ରାସ୍ତା ପାଇଁ ଟେଣ୍ଡର ହୋଇଛି। ଯଦୁପୁର ଟାଙ୍ଗୀ ଛକରୁ ଜାମା ମସ୍‌ଜିଦ୍‌ ରାସ୍ତା, ଡୁମୁଡୁମା ସାହି ରାସ୍ତା‌‌ ଓ ସମସ୍ତ ଡ୍ରେନ୍‌ କାମ ସାରିବାକୁ ଲକ୍ଷ୍ୟ ରଖିଛି। ଆରମ୍ଭ ହୋଇଥିବା ସମସ୍ତ କାମକୁ ତ୍ବରାନ୍ବିତ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ, କର୍ମଚାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛି। କର୍ପୋରେସନ୍‌କୁ ମାତ୍ର ବର୍ଷେ ପୂରିବାକୁ ଯାଉଛି। ୫ ବର୍ଷ ସରିବା ବେଳକୁ ଏହି ୱାର୍ଡ ରାଜଧାନୀର ଏକ ବିକଶିତ ଅଞ୍ଚଳ ହୋଇସାରିଥିବ ବୋଲି ମୋର ବିଶ୍ବାସ।
-ସକିବା ମୁସରତ୍‌, କର୍ପୋରେଟର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe