ବିମାନବନ୍ଦରର ଅଗ୍ନି ନିରାପତ୍ତା ସମୀକ୍ଷା କଲେ ଅଗ୍ନିଶମ ଡିଜି

ବିମାନବନ୍ଦରରୁ ସ୍ପୋର୍ଟସ ବନ୍ଧୁକ ଜବତ: ପୋଷ୍ଟାଲ ପାର୍ସଲରେ ସମ୍ବଲପୁରରୁ ମୁମ୍ବାଇ ଯାଉଥିଲା

ଭୁବନେଶ୍ୱର : ବିମାନବନ୍ଦରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଗୁରୁତର ସହ ନେଇଛି ଅଗ୍ନିଶମ ବିଭାଗ। ଆଜି ଏହାର ସମୀକ୍ଷା କରିଛନ୍ତି ଡିଜି(ଅଗ୍ନିଶମ) ସନ୍ତୋଷ ଉପାଧ୍ୟାୟ। ବାରବାଟୀରେ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଆସନ୍ତା ୧୦ ତାରିଖରେ ରାଜଧାନୀରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦୁଇ କ୍ରିକେଟ୍ ଟିମ୍‌। ସେମାନେ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଛି। ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି। ବିଶେଷ କରି ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ଡିଜି ଶ୍ରୀ ଉପାଧ୍ୟାୟ ବିମାନବନ୍ଦରରେ ପହଞ୍ଚି ଯାଞ୍ଚ କରିଥିଲେ। ସେଠାରେ ଥିବା ହାଇଡ୍ରାଣ୍ଟ, ସ୍ପ୍ରିଙ୍କଲରଗୁଡିକ ଠିକ୍‌ ଅଛି କି ନାହିଁ।

ଅବତରଣ ଏବଂ ଉଡ଼ାଣ ସମୟରେ ଅଗ୍ନି ନିୟନ୍ତ୍ରଣ କକ୍ଷରେ ଅଗ୍ନି ନିରାପତ୍ତା ପାଇଁ ପାଣି, ଫୋମ୍‌ ଆଦିର ପରୀକ୍ଷା କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ କିଭଳି ବାହାରିବେ ଏବଂ ଉଦ୍ଧାର କରାଯାଇପାରିବ ସେଥିପାଇଁ କ’ଣ ବ୍ୟବସ୍ଥା ରଖାଯାଇଛି, ସେଗୁଡ଼ିକର ସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ଡିଜି ଅନୁଧ୍ୟାନ କରିଥିଲେ। ବନ୍ଦ କୋଠରୀ କିମ୍ବା ଲାଉଞ୍ଜରେ ପର୍ଯ୍ୟାପ୍ତ ସଂଖ୍ୟକ ଅଗ୍ନି ବଲ୍ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରତି ମାସର ଶେଷ ରବିବାରରେ ସ୍ଥାନୀୟ ଫାୟାର ଷ୍ଟେସନ କର୍ମଚାରୀଙ୍କ ସହ ସୁରକ୍ଷା ସମ୍ପର୍କିତ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe