ଆଇନଶୃଙ୍ଖଳା ଓ ଅପରାଧ ତଦନ୍ତରେ କମିିସନରେଟ୍‌ ପୁଲିସ ଶ୍ରେଷ୍ଠ: ଡିଜି

Advertisment

କମିସନରେଟ୍‌ ପୁଲିସର ଦଶମ ପ୍ରତିଷ୍ଠା ଦିବସ

କମିସନରେଟ୍‌ ପୁଲିସର ଦଶମ ପ୍ରତିଷ୍ଠା ଦିବସ

ଆଇନଶୃଙ୍ଖଳା ଓ ଅପରାଧ ତଦନ୍ତରେ କମିିସନରେଟ୍‌ ପୁଲିସ ଶ୍ରେଷ୍ଠ: ଡିଜି

ଭୁବନେଶ୍ୱର: ବିଗତ ୧୦ ବର୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ତଦନ୍ତ କରିବାରେ କମିସନରେଟ ପୁଲିସ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛି। ଏଥିପାଇଁ କମିସନରେଟ ପୁଲିସ ଅନ୍ୟ ଜିଲ୍ଲା ପୁଲିସ ସମ୍ମୁଖରେ ଆଦର୍ଶ ଭାବେ ପରିଗଣିତ ହୋଇଆସୁଛି। ରାଜ୍ୟ ସରକାର ମଧ୍ୟ କମିସନରେଟ ପୁଲିସର କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଏହି କାରଣରୁ ରାଜ୍ୟର ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମଧ୍ୟ କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରକାଶ କରିଛନ୍ତି। ଆଜି କମିସନରେଟ ପୁଲିସର ଦଶମ ପ୍ରତିଷ୍ଠା ଦିବସ ରାଜଧାନୀର ସପ୍ତମ ବାଟାଲିଆନ୍‌ ପରିସରରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ଡିଜି ଶ୍ରୀ ଶର୍ମା କହିଲେ ଯେ କମିସନରେଟ ପୁଲିସ ଅଞ୍ଚଳରେ ପ୍ରତିଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଅନେକ ବଡ଼ ବଡ଼ ଅପରାଧର ପର୍ଦାଫାସ କରିଛି କମିସନରେଟ ପୁଲିସ। ମହିଳା ଓ ଶିଶୁମାନଙ୍କୁ ନ୍ୟାୟ ଦେବାରେ କମିସନରେଟ ପୁଲିସ ପ୍ରଶଂସନୀୟ କାର୍ଯ୍ୟ କରିଛି। କମିସନରେଟ୍‌ ପୁଲିସ ଏବେ ସାରା ଦେଶରେ ଏକ ଆଦର୍ଶ ପୁଲିସ ଭାବେ ପରିଗଣିତ ହେଉଛି। ତେଣୁ କମିସନରେଟ ପୁଲିସର କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ ଡିଜି ଶର୍ମା।

publive-image

ସମ୍ମାନିତ ଅତିଥି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଲେ ଯେ କମିସନରେଟ ପୁଲିସରେ ସେ ଅତିରିକ୍ତ ପୁଲିସ କମିସନର ଥିଲେ, ଏବେ ପୁଲିସ କମିସନର। କମିସନରେଟ ପୁଲିସ ଏସିଆନ୍‌ ଆଥଲେଟିକ୍ସ, ହକି ବିଶ୍ୱ ଲିଗ୍‌, କଟକରେ ଦିନିକିଆ ଓ ଟି-ଟେ୍ଵଣ୍ଟି ଭଳି ୫ଟି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିଥିଲା। ଅପରାଧ ଦମନ କରିବାରେ କମିସନରେଟ ପୁଲିସ ମଧ୍ୟ ରେକର୍ଡ କରିଛି। ୧୧୦ ଦଫା ଓ ଏନ୍‌ଏସ୍‌ଏରେ ମଧ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ନିଶାବେପାରୀଙ୍କ ଉପରେ କମିସନରେଟ ପୁଲିସ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିଛି। ଜନସାଧାରଣଙ୍କ ସହିତ ପୁଲିସ ରୀତିମତ ଭାବେ ଯୋଗାଯୋଗରେ ଅଛି। ସୋସିଆଲ ମିଡିଆରେ ଘଟୁଥିବା ଅପରାଧକୁ ପୁଲିସ ଏବେ ଗୁରୁତ୍ୱ ଦେଉଛି। ତେଣୁ କମିସନରେଟ ପୁଲିସରେ ଏକ ସାଇବର ଥାନା ପ୍ରତିଷ୍ଠା କରିବା ତାଙ୍କର ପ୍ରଥମେ ଲକ୍ଷ୍ୟ। ଏ ଦିଗରେ ସେ ପ୍ରୟାସ ଆରମ୍ଭ କରି ସାରିଛନ୍ତି ବୋଲି କହିଥିଲେ।

ଏହି ଅବସରରେ ଡିଜି ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ କମିସନରେଟ ପୁଲିସରେ କାର୍ଯ୍ୟରତ ଶ୍ରେଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଓ ଟୁଇନ୍‌ ସିଟିର ଦୁଇ ଜଣ ଡିସିପି ସତ୍ୟବ୍ରତ ଭୋଇ ଓ ଅଖିଳେଶ୍ୱର ସିଂ ଯୋଗ ଦେଇଥିଲେ। ସଂଧ୍ୟାରେ କମିସନରେଟ ପୁଲିସ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ବି ହେବ କମିସନରେଟ୍‌ ପୁଲିସ ବ୍ୟବସ୍ଥା
ରାଜଧାନୀରେ ସାଇବର ଥାନା ପ୍ରତିଷ୍ଠା ପ୍ରଥମ ଲକ୍ଷ୍ୟ: ପୁଲିସ କମିସନର

ପୁରସ୍କୃତ ପୁଲିସ ଅଧିକାରୀ ଓ ଅନ୍ୟମାନେ
ଶ୍ରେଷ୍ଠ ଏସିପି: ଅସୀମ ପଣ୍ଡା, ବାନାମ୍ବର ସେଠୀ, ଶ୍ରେଷ୍ଠ ଇନ୍ସପେକ୍ଟର: ହିମାଂଶୁ ସ୍ୱାଇଁ, ଅଜୟ କୁମାର ଦାସ, ଶ୍ରେଷ୍ଠ ଏସ୍‌ଆଇ: ଦୀପକ ଲେଙ୍କା, ଶ୍ରେଷ୍ଠ ଏଏସ୍‌ଆଇ: ଚିତ୍ତରଂଜନ ବଳବନ୍ତରାୟ, ଶ୍ରେଷ୍ଠ କିରାଣି: ମାୟାଧର ବାରିକ, ଶ୍ରେଷ୍ଠ ମହିଳା ଟ୍ରାଫିକ କନଷ୍ଟେବଳ: ପୁଷ୍ପା ଭୋଇ, ଶ୍ରେଷ୍ଠ ହାବିଲଦାର: ତୋଫାନ ବେହେରା, ଶ୍ରେଷ୍ଠ ଡ୍ରାଇଭର: ପ୍ରଦୀପ କୁମାର ସାହୁ, ଶ୍ରେଷ୍ଠ ଏସ୍‌ପିଓ: ଜୟକୃଷ୍ଣ ପ୍ରଧାନ, ବିଶ୍ୱଜିତ ଜେନା, ୟୁସୁଫ୍‌ ଖାନ୍‌, ଶ୍ରେଷ୍ଠ ହୋମଗାର୍ଡ: ପବିତ୍ର କୁମାର ବେହେରା, ଶ୍ରେଷ୍ଠ ପିଙ୍କ୍‌ ଅଟୋ ଡ୍ରାଇଭର: ମେଘନାଦ ପ୍ରଧାନ, ଶ୍ରେଷ୍ଠ ପ୍ରିପେଡ୍‌ ଅଟ୍ରୋ ଡ୍ରାଇଭର: ରବୀନ୍ଦ୍ର କୁମାର ମୁର୍ମୁ, ଶ୍ରେଷ୍ଠ ଟ୍ରାଫିକ୍‌ ଭଲ୍ୟୁଣ୍ଟର: ମୋନାଲିସା ବେହେରା, ରାଜେଶ କୁମାର ସାହୁ ଏବଂ ଶ୍ରେଷ୍ଠ ମାଧ୍ୟମ ମୁଖ୍ୟ: ଶୁଭଶ୍ରୀ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe